ଦୀର୍ଘବର୍ଷର ବ୍ୟବଧାନ ପରେ ରୂୂପେଲି ପରଦାରେ ଏକାଠି ନଜର ଆସିବେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ !

32

ବହୁବର୍ଷର ବ୍ୟବଧାନ ପରେ ରୂୂପେଲି ପରଦାରେ ଏକାଠି ନଜର ଆସିବେ ବଚ୍ଚନ ଯୋଡି । ବିଗ୍ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ନେଇ ନିର୍ମାତା ସୁଜିତ ସିରକାର ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ସିନେମାରେ ଅମିତାଭ ଓ ଜୟାଙ୍କ ୪୦ବର୍ଷର ବୈବାହିକ ଜୀବନକୁ ସ୍ଥାନ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ବର୍ଷ ସିନେମାର ସୁଟିଂ ଆରମ୍ଭ ହେବ । ଶେଷ ଥର ପାଇଁ ସିନେମା ‘କଭି ଖୁସି କଭି ଗମ’ରେ ଏକାଠି ନଜର ଆସିଥିଲେ ବଚ୍ଚନ ଓ ଜୟା ବଚ୍ଚନ