୨୦୧୯ ନିର୍ବାଚନ ପାଇଁ ବିଜେପିର ସଂପର୍କ ଅଭିଯାନ ! ଦିଲ୍ଲୀରେ ଯୋଗ ଗୁରୁ ରାମଦେବଙ୍କୁ ଭେଟିଲେ ଅମିତ ଶାହ

20

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ସଭାପତି ଅମିତ ଶାହ ଏବେଠାରୁ ସମ୍ପର୍କ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏହି ସମ୍ପର୍କ ଅଭିଯାନ ଅନ୍ତର୍ଗତ ଶାହ ଆଜି ଦିଲ୍ଲୀରେ ଯୋଗଗୁରୁ ରାମଦେବଙ୍କୁ ଭେଟି ୪ ବର୍ଷର ହିସାବ କିତାବ ଦେଇଛନ୍ତି । ଏହି ଆଲୋଚନା ସମୟରେ ରାମଦେବ ମୋଦିଙ୍କ ପ୍ରଂଶସା କରିଥିଲେ । ସେ କହିଥିଲେ, ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ରାସ୍ତା ଦେଖାଇଛନ୍ତି । ସରକାରଙ୍କ ଉଜ୍ଜଳା ଯୋଜନାରେ କୋଟି କୋଟି ଲୋକଙ୍କୁ ଫାଇଦା ମିଳିଛି । ଅମିତ ଶାହ କହିଥିଲେ , ଯୋଗଗୁରୁଙ୍କ ଜରିଆରେ ବିଜେପି କୋଟି କୋଟି ଲୋକଙ୍କ ପାଖରେ ପଂହଚିବ । ବିଜେପିର ୪ ବର୍ଷ ପୂର୍ତ୍ତି ଅବସରରେ ବିଜେପି ସଭାପତି ଅମିତ ଶାହ ମେ ୨୯ ତାରିଖରୁ ଦେଶବ୍ୟାପୀ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ବିଜେପି ସମ୍ପର୍କ ଅଭିଯାନ ଅନୁସାରେ ଅମିଶ ଶାହ ଦେଶର ୫୦ ଜଣ ବଡ଼ ବଡ଼ ହସ୍ତୀଙ୍କ ସହ ସାକ୍ଷାତ କରିବେ । ଅନ୍ୟପଟେ ବିଜେପରି ୪ ହାଜର କର୍ମକର୍ତ୍ତା ଏକ ଲକ୍ଷରୁ ଅଧିକ ପ୍ରସିଦ୍ଧ ଲୋକଙ୍କ ସହ ସାକ୍ଷାତ କରିବେ । ୨୯ ମେରୁ ଶାହ ଏହି ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ଅଭିଯାନ ଅନୁସାରେ ଦଳର କର୍ମକର୍ତ୍ତାଙ୍କୁ ଅତି କମରେ ୧୦ ଜଣ ଲୋକଙ୍କ ସହ ସମ୍ପର୍କ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଏହାଦ୍ୱାରା କାର୍ଯ୍ୟକର୍ତ୍ତାମାନେ ସରକାରଙ୍କ କାମକୁ ଜନସାଧାରଣରେ ଉପସ୍ଥାପନ କରିବେ ।