ଆଜି ଯାଜପୁର ଯିବେ ଅମିତ୍ ଶାହ !

22

କନକ ବ୍ୟୁରୋ : ଆଜି ଯାଜପୁର ଯିବେ ଅମିତ୍ ଶାହ । ଯାଜପୁରରେ ଆୟୋଜିତ ମୋ ବୁଥ୍ ସବୁଠୁ ମଜବୁତ୍ କାର୍ଯ୍ୟକ୍ରମରେ ଯୋଗଦେବା ସହ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ରେ ଓଡିଶା ଶାସନ ମଙ୍ଗ ଧରିବ ଭାରତୀୟ ଜନତା ପାର୍ଟି ।

ନବୀନଙ୍କ ଗଡ ଗଞ୍ଜାମ ଜିଲ୍ଲାରେ ମୋ ବୁଥ ସବୁଠୁ ମଜଭୂତ କାର୍ଯ୍ୟକ୍ରମ ଆରମ୍ଭ କରି ଏହି ଦମ୍ଭୋକ୍ତି କରିଛନ୍ତି ଅମିତ ଶାହ । ଆଗାମୀ ସାଧାରଣ ନିର୍ବାଚନ ପାଇଁ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ ଶାହ । ଗତ ପଂଚାୟତ ନିର୍ବାଚନରେ ରାଜ୍ୟର ଯେଉଁସବୁ ଅଂଚଳରେ ଦଳର ପ୍ରଦର୍ଶନ ଖରାପ ରହିଛି, ସେଠାରେ ଗଠନ ହେବ ବୁଥସ୍ତରୀୟ କମିଟି ।