ଶାହା ଦେବେ ପଞ୍ଚାୟତ ମନ୍ତ୍ର ! ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

57

କନକ ବ୍ୟୁରୋ : ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡିଶା ଗସ୍ତ ନେଇ ଚଳଚଂଚଳ ରାଜ୍ୟ ବିଜେପି । ପୁରୀରେ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ମାଆ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ସେ ନିମନ୍ତ୍ରୀତ ହୋଇଛନ୍ତି । ଅମିତ ଶାହ ଦିପହର ୧୨ଟା ୧୫ରେ ଭୁବନେଶ୍ୱର ପହଂଚିବେ ଏବଂ ସିଧା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯିବେ ।

ସେଠାରେ ସେ ଦଳୀୟ ନେତା ଓ କର୍ମୀଙ୍କ ସହ କିଛି ସମୟ ଆଲୋଚନା କରି ପୁରୀ ଗସ୍ତ କରିବେ । ଅମିତ ଶାହଙ୍କ ରାଜ୍ୟ କାର୍ଯ୍ୟାଳୟ ଗସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି ବିଜେପି କହିଛି । ଅମିତ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ପ୍ରଭାରୀ ଅରୁଣ ସିଂ ମଧ୍ୟ ଆସୁଥିବା ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।