ଆସନ୍ତା ୨୯ରେ ଓଡିଶା ଆସିବେ ଅମିତ୍ ଶାହା: ସାଲେପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଶାହା

ସ୍ୱାଇନ ଫ୍ଲୁ ପାଇଁ ପୂର୍ବ କାର୍ଯ୍ୟକ୍ରମ ହୋଇଥିଲା ବାତିଲ୍

157

କନକ ବ୍ୟୁରୋ: ଆସନ୍ତା ୨୯ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହା । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ କୁଳିଆଠାରେ ଆୟୋଜିତ ହେବାକୁ ଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା ।ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ସ୍ୱାଇନଫ୍ଲୁରେ ଆକ୍ରାନ୍ତ ହୋଇଥିଲେ ଅମିତ ଶାହା । ଫଳରେ ତାଙ୍କର ୧୮ ତାରିଖରେ ସାଲେପୁରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଥିଲା । ତେବେ ଇତି ମଧ୍ୟରେ ସେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି । ତେଣୁ ଗତ ୧୮ରେ ସ୍ଥଗିତ ଥିବା ଅମିତଙ୍କ କାର୍ଯ୍ୟକ୍ରମ ଆସନ୍ତା ୨୯ରେ ଆୟୋଜିତ ହେବ । ଏନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।