ଯାଜପୁର ଅଭିମୁଖେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ! ଅପରାହ୍ନ ୪ଟାରେ ପାଣିକୋଇଲିରେ କର୍ମୀ ସମାବେଶ

33

କନକ ବ୍ୟୁରୋ: ଅମିତ ଶାହଙ୍କ ଓଡିଶା ଅଭିଯାନ । ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ଯାଜପୁର ଅଭିମୁଖେ ଯାଇଛନ୍ତି ଜାତୀୟ ବିଜେପି ସଭାପତି । ଆଜି ଭୁବନେଶ୍ୱରରୁ ବାହାରିବା ପରେ ରୂପାଲୀ ଛକରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ଫୁଲନଖରାରେ ମଧ୍ୟ ସମ୍ବର୍ଦ୍ଧନା କରାଯାଇଛି । ଯାଜପୁରର ପାଣିକୋଇଲି ଯିବା ବାଟରେ ଅମତି ଶାହଙ୍କୁ ଅନେକ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯିବ ।

ଯାଜପୁରର ପାଣିକୋଇଲି କଲେଜ ପଡିଆରେ ଅପରାହ୍ନ ୪ଟାରେ ସେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ‘ମୋ ବୁଥ୍ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗଦେବା ସହ କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ବିରଜା ମନ୍ଦିର ଯାଇ ମା ବିରଜାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଭଳି ଅମିତ ଯାଜପୁରର ଜଣେ ସାଧାରଣ ଲୋକଙ୍କ ଘରେ ଭୋଜନ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।

ଅନ୍ୟପଟେ, ଅମିତ ଶାହ ବିଂଝାରପୁର ବ୍ଲକ ଅରେଇ ଗାଁରେ ଆଜି ମଧ୍ୟାହ୍ନଭୋଜନ କରିବେ । ଏକ ଦଳିତ ପରିବାରରେ ସେ ଖାଇବେ । ଏଥିପାଇଁ ପ୍ରସ୍ତୁତି ଚାଲିଛି । ଦେବାନନ୍ଦ ମଲ୍ଲିକଙ୍କ ଘରେ ଅମିତ ଶାହ ଓ ତାଙ୍କ ଟିମ୍ ଦିନ ପ୍ରାୟ ଗୋଟାଏ ୧୫ ମିନିଟରେ ନିରାମିଷ ଭୋଜନ କରିବେ । ଅମିତ ଶାହଙ୍କ ସମେତ ୧୦ ଜଣଙ୍କ ପାଇଁ ଏହି ପ୍ରସ୍ତୁତି ଚାଲିଛି । ମେନୁରେ ଭାତ, ଡାଲି , ଶାଗ, ଜହ୍ନିରାଇ, ବଢିଚୁରା ଓ ଆଳୁଭର୍ତା ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –