ଯାଜପୁର: ବିରଜା ମନ୍ଦିରରେ ପୂଜାର୍ଚ୍ଚନା ପରେ ଅରେଇ ଗାଁରେ ମଧ୍ୟାହ୍ନ ଭୋଜନ କଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ

2

କନକ ବ୍ୟୁରୋ: ଅମିତ ଶାହଙ୍କ ଓଡିଶା ଅଭିଯାନ । ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ଯାଜପୁରରେ ପହଂଚିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ । ଅମିତ ଶାହ ପ୍ରଥମେ ବିରଜା ମନ୍ଦିରରେ ପହଂଚିଥିଲେ । ସେଠାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମା’ ବିରଜାଙ୍କ ପୂଜାର୍ଚ୍ଚନା କରିଛନ୍ତି ଶାହ । ପ୍ରାୟ ୧୦ ମିନଟ୍ ଧରି ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣରେ ପୂଜା କରିଛନ୍ତି ।

ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ତେବେ ଅମିତ ଶାହ ଯାଜପୁର ଯିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପାଣିକୋଇଲି କଲେଜ ପଡିଆରେ ସେ ବିଜେପି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ‘ମୋ ବୁଥ୍ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ଅମିତ ଶାହ ।

ସେହିପରି ବିଂଝାରପୁର ବ୍ଲକ ଅରେଇ ଗାଁରେ ମଧ୍ୟାହ୍ନ ଭୋଜନ କରିଥିଲେ ଅମିତ ଶାହ । ଏକ ସାଧାରାଣ ଗରୀବ ପରିବାରରେ ସେ ଭୋଜନ କରିଛନ୍ତି । ଦେବାନନ୍ଦ ମଲ୍ଲିକଙ୍କ ଘରେ ଅମିତ ଶାହ ଓ ତାଙ୍କ ଟିମ୍ ମଧ୍ୟାହ୍ନ ଭୋଜନ କରିଛନ୍ତି । ଗତକାଲି ଭଳି ଆଜି ବି ନିରାମିଷ ଭୋଜନ କରିଛନ୍ତି ଶାହ । କଦଳୀ ପତ୍ରରେ ଭାତ, ଡାଲି , ଶାଗ, ଜହ୍ନିରାଇ, ବଢିଚୁରା, ଆଳୁଭର୍ତା ଓ ଆମ୍ବ ଖାଇଛନ୍ତି ଅମିତ ଶାହଙ୍କ ସମେତ ୧୦ ଜଣ ବିଜେପି ନେତା । କଦଳୀ ପତ୍ର ଶାହଙ୍କ ପାଇଁ ଖାଇବା ପରସି ଦେଇଥିଲେ ଦେବାନନ୍ଦଙ୍କ ପରିବାରର ମହିଳା ।

Comments are closed.