ଅମିତ ଶାହ କହିଲେ ଏୟାରଷ୍ଟ୍ରାଇକରେ ନିହତ ହୋଇଛନ୍ତି ୨୫୦ ଆତଙ୍କବାଦୀ ! କଂଗ୍ରେସ କହିଲା, ରାଜନୀତି କରୁନି କି ବିଜେପି ?

117

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଭାରତୀୟ ବାୟୁସେନାର ପ୍ରଶଂସା ହେଉଛି । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବୋୟୁସେନା ଦ୍ୱାରା ହୋଇଥିବା ଏହାରଷ୍ଟ୍ରାଇକକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ । ତେବେ ଏୟାରଷ୍ଟ୍ରାଇକରେ କେତେ ଆତଙ୍କବାଦୀ ମରିଛନ୍ତି, ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ । ଏୟାରଷ୍ଟ୍ରାଇକ୍ ପରେ ଭିନ୍ନ ଭିନ୍ନ ଗଣମାଧ୍ୟମ ଭିନ୍ନ ଭିନ୍ନ ତଥ୍ୟ ନେଲେ । ଆତଙ୍କବାଦୀଙ୍କ ସଂଖ୍ୟା ନେଇ ଅନେକ ସଂଖ୍ୟା ଆସିଲା । କିଏ କହିଲା ୩୦୦ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି, କିଏ କହିଲା ୩୦୦ରୁ ଅଧିକ ତ ଆଉ କିଏ କହିଲା ୨୫୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ହେଲେ ନିକଟରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ବଡ଼ ବୟାନ ଦେଇଛନ୍ତି । ଅମିତ ଶାହ କହିଛନ୍ତି ଏୟାରଷ୍ଟ୍ରାଇକରେ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ।

image courtesy – www.hindustantimes.com

ଗୁଜରାଟ ଅହମଦାବାଦରେ ଏକ ରାଲିରେ ଭାଷଣ ଦେବା ସମୟରେ ଶାହା ପୁଲୱାମା ଆକ୍ରମଣ ପରେ ସମସ୍ତେ ଭାବୁଥିଲେ ଆଉ ସର୍ଜିକାଲ ଷ୍ଟ୍ରାଇକ୍ ହୋଇପାରିବ ନାହିଁ । କିନ୍ତୁ କ’ଣ ହେଲା । ପୁଲୱାମା ଆକ୍ରମଣର ୧୩ ଦିନ ପରେ ହିଁ ଏୟାରଷ୍ଟ୍ରାଇକରେ ୨୫୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଏହାବ୍ୟତୀତ ଶାହ କହିଛନ୍ତି ୱିଙ୍ଗ କମାଣ୍ଡର ପାକ୍ ସେନା ହାତରେ ଧରାପଡ଼ିବା ପରେ ଲୋକେ ବିଭିନ୍ନ ଆଲୋଚନା କରୁଥିଲେ । କିନ୍ତୁ ବିଶ୍ୱ ଦରବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଭାବ ଯୋଗୁଁ ଯୁଦ୍ଧ କଏଦୀଙ୍କୁ ଅତି ଅଳ୍ପ ସମୟରେ ଫେରାଇଦେଲା ଶତ୍ରୁ ଦେଶ ।

ତେବେ ଅମିତ ଶାହଙ୍କ ଏପରି ବୟାନ ଯୋଗୁଁ ସେ ସମାଲୋଚନାର ଶିକାର ହୋଇଛନ୍ତି । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି ଏୟାରଷ୍ଟ୍ରାଇକ୍ ପରେ ବାୟୁସେନା ଅଧିକାରୀ କୌଣସି ବି ପ୍ରକାର ସଂଖ୍ୟା କହିବା ପାଇଁ ମନା କରିଥିଲେ । ତେବେ ଅମିତ ଶାହ ଏପରି ବୟାନ ଦେଇ କ’ଣ ପ୍ରମାଣ କରିବାପାଇଁ ଚାହୁଁଛନ୍ତି । ସେ ଏୟାରଷ୍ଟ୍ରାକକୁ ନେଇ ରାଜନୀତି ଚାହୁୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ମନୀଷ ତିୱାରୀ ? କେବଳ ମନୀଷ ତିୱାରୀ ନୁହେଁ  କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ମୋଦି ସରକାରଙ୍କୁ ଏୟାରଷ୍ଟ୍ରାଇକ ନେଇ ପ୍ରଶ୍ନ କରିଛିନ୍ତି । ସେ ଟ୍ୱିଟ କରି କହିଛନ୍ତି ଅନେକ ଖବରକାଗଜରେ କୁହାଯାଉଛି ବାଲୋକୋଟ ରେ କିଛି ହୋଇନାହିଁ, ତେବେ ସେମାନେ କ’ଣ ପାକିସ୍ତାନ ସମର୍ଥକ ।

 

ସୂଚନାଯୋଗ୍ୟ ୨୬ ଫେବୃୟାରୀ ପାକିସ୍ତାନ ମାଟିରେ ପଶି ଭାରତୀୟ ବାୟୁସେନା ଜେଢ-ଇ-ମହମ୍ମଦର ଶିବିର ଉପରେ ଏୟାରଷ୍ଟ୍ରାଇକ କରିଥିଲା । ତେବେ ଏଥିରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହାର କିଛି ତଥ୍ୟ ଜାରି କରିନଥିଲା ବାୟୁସେନା । ସୂଚନାଯୋଗ୍ୟ ଏୟାରଷ୍ଟ୍ରାଇକ୍ ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ପ୍ରମାଣ ମାଗିଥିଲେ ।