ଅମିତ ଶାହଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକ : ବିଜେଡିକୁ ଉପାଡ଼ି ଫିଙ୍ଗି ଦେବା ପାଇଁ ଦେଲେ ଆହ୍ୱାନ

34

ଭୁବନେଶ୍ୱର : ବିଜେପି ଜନଜାଗରଣ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ନବୀନଙ୍କୁ ୧୭ ବର୍ଷର ହିସାବ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୧୭ ବର୍ଷ ପୂର୍ବରୁ ଓଡିଶା ଯେମିତି ଥିଲା ଆଜି ବି ସେମିତି ରହିଛି ବୋଲି କହିଛନ୍ତି । ବିକାଶ କ୍ଷେତ୍ରର ବହୁ ପଛରେ ପଡିଛି । ଏଥିପାଇଁ ନବୀନ ସରକାରଙ୍କୁ ଦାୟୀ କରିଛନ୍ତି ଶାହ । ଶାସନ କାଳରେ ଗ୍ରାମାଂଚଳରେ ଜଳ ଯୋଗାଣ କରି ପାରିନାହାନ୍ତି ନବୀନ ।

୪୧ ପ୍ରତିଶତ ଘରେ ବିଜୁଳି ବ୍ୟବସ୍ଥା ନାହିଁ । ରାଜ୍ୟରେ ବେରୋଜଗାରି ବଢିଛି । ସ୍ତ୍ରୀ ପିଲା ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି ଓଡିଶାର ଯୁବକ । କେବଳ ଏତିକି ନୁହେଁ ଆଦିବାସୀ ଓ ଚାଷୀଙ୍କୁ ମଧ୍ୟ ଉପେକ୍ଷା କରିଛନ୍ତି ନବୀନ ସରକାର । କଳାହାଣ୍ଡିର ଦାନ ମାଝି ପ୍ରସଙ୍ଗକୁ ମଧ୍ୟ ନିଜ ଅଭିଭାଷଣରେ ଉଠାଇଛନ୍ତି ଅମିତ ଶାହ । ଲୋକଙ୍କୁ ସୁବିଧା ଯୋଗାଇ ପାରୁନଥିବା ସରକାରଙ୍କୁ ଓପାଡି ଫୋପାଡି ଦେବାର ଆବଶ୍ୟକତା ରହିଛି ।

ବିଜେଡି ସରକାର ନହଟିବା ଯାଏଁ ଓଡିଶାର ବିକାଶ ହୋଇ ପାରିବ ନାହିଁ ବୋଲି କହିଛନ୍ତି ଅମିତ ଶାହା । କେନ୍ଦ୍ରରୁ ଓଡିଶା ପାଇଁ ଅଧିକ ପରିମାଣର କେନ୍ଦ୍ରୀୟ ଅନୁଦାନ ମିଳିଛି । ଅଢେଇ ବର୍ଷରେ ମୋଦି ଦେଶ ପାଇଁ ବହୁ ବିକାଶମୂଳକ କାମ କରିଛନ୍ତି । ଅଢେଇ ବର୍ଷରେ ଭ୍ରଷ୍ଟାଚର ମୁକ୍ତ ମୋଦି ସରକାର ରାଜ୍ୟକୁ ୧ ଲକ୍ଷ ୩୦ ହଜାର କୋଟି କେନ୍ଦ୍ର ସରକାର ଦେଇଛନ୍ତି । ୧୭ ବର୍ଷରେ ନବୀନ ସରକାର ଓଡିଶା ପାଇଁ କଣ କରିଛନ୍ତି ବୋଲି ଅମିତ ପ୍ରଶ୍ନ କରିଛନ୍ତି ।

ବିଭିନ୍ନ ଯୋଜନା ମାଧ୍ୟରେ ଦେଶରୁ ଗରିବ ହଟେଇବା ପାଇଁ ଉଦ୍ୟମ  କରିଛନ୍ତି ମୋଦି ସରକାର । ହେଲେ ଏ ସବୁ ଯୋଜନା ଓଡିଶା ସରକାର ଲୋକଙ୍କ ପାଖରେ ପହଂଚାଇ ପାରୁନଥିବା ସେ କହିଛନ୍ତି । ଶାହା ଜଗନ୍ନାଥଙ୍କୁ ପ୍ରଣାମ କରି ଆଜିର ଅଭିଭାଷଣ ଆରମ୍ଭ କରିଥିଲେ । ସେ ଆହୁରି କହିଛନ୍ତି ଜଗନ୍ନାଥଙ୍କ ଆଶିର୍ବାଦରୁ ବିଜେପିର ଗଡ ବନିଛି । ଜଗନ୍ନାଥ ଧାମ ଓଡିଶା ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା