ମୁଖ୍ୟମନ୍ତ୍ରୀଙ୍କୁ ଅମିତ ଶାହଙ୍କ ଖୋଲା ଚ୍ୟାଲେଞ୍ଜ :୧୭ ବର୍ଷର ହିସାବ ମାଗିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

19

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପୂର୍ବରୁ ବିଜେପିର ଯୁଦ୍ଧଂଦେହି ଡାକରା । ୧୭ ବର୍ଷ ଧରି ରାଜ୍ୟରେ ଥିବା ବିଜେଡି ସରକାରକୁ ଉପାଡିି ଫିଙ୍କି ଦେବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ଲୋକଙ୍କୁ ସାଧାରଣ ସୁବିଧା ସୁଯୋଗ ଯୋଗାଇ ଦେବାରେ ଅସମର୍ଥ ଥିବା ନବୀନ ସରକାରକୁ ଶାସନ ଗାଦିରେ ରହିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ଅମିତ ଶାହ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାରମ୍ବାର ହିସାବ ମାଗୁଥିବା ନବୀନ ପଟ୍ଟନାୟକ ଶାସନ କରିଥିବା ୧୭ ବର୍ଷ ହିସାବ ରଖନ୍ତୁ ବୋଲି ଅମିତ ଦାବି କରିଛନ୍ତି । ସେହିପରି ଆହ୍ୱାନ ଦେଇଛନ୍ତି ହିସାବ ମାଗୁଥିବା ମୁଖ୍ୟମନ୍ତ୍ରୀ ନିଜେ ପ୍ରେସମିଟ୍  କରି ୧୭ ବର୍ଷର ହିସାବ ରଖନ୍ତୁ । ବିଜେପିର ଜନଜାଗରଣ ମହାସମାବେଶରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଆଭିମୁଖ୍ୟ ନରମ ରହିବ ନା ଗରମ ରହିବ ତାକୁ ନେଇ ଚାଲିଥିବାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କୁ ସିଧାସଖଳ ଟାର୍ଗେଟ୍ କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –