କୁମ୍ଭମେଳାରେ ବୁଡ ପକାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ : ସ୍ନାନ ପରେ ସଂଗମରେ ଆଳତୀ କଲେ ଅମିତ ଶାହା

59

କନକ ବ୍ୟୁରୋ : ପ୍ରୟାଗରାଜର କୁମ୍ଭମେଳାରେ ବୁଡ଼ ପକାଇଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦିନିକିଆ ଗସ୍ତରେ ଥିବା ଶାହା ପ୍ରୟାଗରାଜ ବୁଡ଼ ପକାଇବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସ୍ନାନ ପରେ ସଂଗମରେ ଆଳତୀ କରିଛନ୍ତି ଶାହା । ଶାହାଙ୍କ ସହ ଅଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏବଂ କିଛି ଦଳୀୟ କର୍ମୀ ।

ଏହାସହ ହନୁମାନ ମନ୍ଦିରରେ ବି ଆରତୀ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସାଧୁସନ୍ଥଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସହ ଏକାସଙ୍ଗେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଏନେଇ ପ୍ରୟାଗରାଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାମ ମନ୍ଦର ପ୍ରସଙ୍ଗରରେ ଶାହାଙ୍କ ଏହି ଗସ୍ତ ବଡ଼ ମହତ୍ୱପୁର୍ଣ୍ଣ ହେବ ବୋଲି କୁହଯାଇଛି । ଏହା ଶାହା ମୌଜଗିରୀ ଆଶ୍ରମରେ ୧୫୧ ଫୁଟ ଉଚ୍ଚର ତ୍ରିଶୁଳ ଲୋକାର୍ପଣ କରିବେ ।