କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ : ମୁହଁ ଖୋଲିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କହିଲେ ଘଟଣା ସତ ନା ମିଛ ପରଖିବାକୁ ପଡିବ

42

କନକ ବ୍ୟୁରୋ : ‘ମି ଠୁ’ କ୍ୟାମ୍ପେନ ପରେ ଆକ୍ସନରେ ଆସିଛନ୍ତି ମୋଦି ସରକାର । ‘ମି ଠୁ’ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ୟାନେଲ୍ ଗଠନ କରାଯିବ। ଏହି ପାନେଲ୍ ଜନଶୁଣାଣି କରି ମି ଠୁ ଅଭିଯାନ ଜରିଆରେ ଆସୁଥିବା ଅଭିଯୋଗର ବିଚାର କରିବେ। ଚାରି ଜଣ ଅବସରପ୍ରାସ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ପାନେଲ୍ । ଏହି ପ୍ୟାନେଲ ଜନଶୁଣାଣିରେ ସାଧାରଣ ଲୋକ ବି ନିଜ ମତ ରଖିପାରିବେ।ଏପରି ମାଲାର ଯାଂଚ ପାଇଁ କମିଟି ଗଠନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କ୍ୟାମ୍ପେନରେ ଫସିଥିବା କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ ।

କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଅସଦାଚରଣ ଅଭିଯୋଗ ବିଜେପିକୁ ଅଡୁଆରେ ପକାଇଛି । କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଆକବରଙ୍କୁ ନେଇ ଆସିଥିବା ଯୌନଶୋଷଣ ଅଭିଯୋଗର ଜବାବ ଦେବା ପାଇଁ ବିଜେପି ଉପରେ ଚାପ ପଡୁଛି । ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏକି ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ଏମଜେ ଆକବରଙ୍କ ନାଁରେ ଆସିଥିବା ଅଭିଯୋଗର ସେ ଜବାବ ରଖିଛନ୍ତି । ଅମିତ ଶାହ କହିଥିଲେ ଆକବରଙ୍କୁ ନେଇ ଆସିଥିବା ଯୌନଶୋଷଣ ଅଭିଯୋଗର ଯାଂଚ ହେବ । ମାମଲା ସତ ନାଁ ମିଛି ଜାଣିବା ପାଇଁ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟ ଓ ପୋଷ୍ଟ କରିଥିବା ବ୍ୟକ୍ତିର ଯାଂଚ ହେବ । କାରଣ ଅନ୍ୟର ନାମ ବ୍ୟବହାର କରି ଅନ୍ୟ କେହି ମଧ୍ୟ ପୋଷ୍ଟ କରିଥିବା ଅସମ୍ଭବ ନୁହେଁ । ସୋସିଆଲ ମିଡିଆରେ ଯେକୌଣସି ଲୋକ ନାମରେ ଅଭିଯୋଗ କରିବା ସହଜ । ତେଣୁ ଦଳ ଏ ଉପରେ ବିଚାର କରିବ ବୋଲି କହିଛନ୍ତି ଅମିତ ଶାହା ।