ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତୁରନ୍ତ ସମାଧାନ ପାଇଁ ଚାହୁଁନାହିଁ କଂଗ୍ରେସ : ଅମିତ ଶାହା

ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଥମିବାରେ ନା ନେଉ ନାହିଁ ବିବାଦ

92

କନକ ବ୍ୟୁରୋ : ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଥମିବାରେ ନା ନେଉ ନାହିଁ ବିବାଦ । ପ୍ରତ୍ୟେକ ଦିନ ଜାତୀୟ ଗଣମାଧ୍ୟମରେ ରାମ ମନ୍ଦିରକୁ ନେଇ ଅନେକ ଖବର ପ୍ରକାଶିତ ହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ଶନିବାର କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଦଳ ଦେଶର ସମ୍ମାନ, ବିକାଶ ଓ ରକ୍ଷାକୁ ଧ୍ୟାନ ଦେଇ ନିର୍ବାଚନକୁ ଓହ୍ଲାଇବ । ଏହାସହ ସେ ଦାବି କରି କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେପି ୩୦୦ ରୁ ଅଧିକ ସିଟରେ ବିଜୟ ହେବ ଓ ପୁଣି ଥରେ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହେବେ । ୨୦୧୪ ମସିହାରେ ବିଜେପି ସାରା ଦେଶରେ ୨୮୨ ସିଟରେ ବିଜୟ ହୋଇଥିଲା । ତେବେ କେନ୍ଦ୍ରରେ ସରକାର କରିବା ପାଇଁ ବିଜେପି ପାଇଁ କୌଣସି ଅସୁବିଧା ନଥିଲା ।

 

ଏହାସହ ରାମ ମନ୍ଦିର ପ୍ରସଙ୍ଗରେ ନିଜର ମତ ଦେଇ କହିଛନ୍ତି ଯେ, କଂଗ୍ରେସ ରାମ ମନ୍ଦିର ସମସ୍ୟାର ସମାଧାନ ଚାହୁଁନାହିଁ । ବିଜେପି ଚାହେଁ ରାମ ମନ୍ଦିର ନିର୍ମାଣ କାମ ଯଥାଶୀଘ୍ର ଆରମ୍ଭ ହେଉ । ହେଲେ ସମ୍ବିଧାନର ନିୟମ ଅନୁସାରେ ଆମକୁ କାମ କରିବା ପାଇଁ ପଡୁଛି ବୋଲି ଶାହା କହିଛନ୍ତି । ଏହାସହ ସେ କହିଛନ୍ତି ଦେଶରେ ବିଜେପି ସରକାର ଆସିବା ପରେ ଅନେକ ପ୍ରକାର ବିକାଶ ହୋଇଛି । କେବଳ ବିକାଶ ହୋଇଛି ବୋଲି କହିଲେ ହେବ ନାହିଁ ବରଂ ଦେଶର ସୁରକ୍ଷା ପାଇଁ କାମ କରୁଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ବିରୋଧରେ ବିରୋଧୀ ଯେଉଁ ମହାମେଣ୍ଟ କରୁଛନ୍ତି ତାହାର କୌଣସି ପ୍ରଭାବ ବିଜେପି ଉପରେ ପଡିବ ନାହିଁ ।

 

ଭାରତରେ ବିଜେପି ଯେପରି ଭାବରେ ଲୋକମାନଙ୍କୁ ଶାସନ ଦେଉଛି ତାହା ଲୋକମାନଙ୍କୁ ସନ୍ତଷ୍ଟ କରିଛି । ଏହାସହ ଆଗାମୀ ଦିନରେ ବିଜେପି ହିଁ ସରକାର କରିବ ବୋଲି ସୂଚନା ମିଳିଛି ।  ବିଜେପି ସରକାର ସମୟରେ ହିଁ ଦେଶର ସୁରକ୍ଷା ପାଇଁ ବିଜେପି ପଦକ୍ଷେପ ହାତକୁ ନେଇଛି ବୋଲି ଶାହା କହିଛନ୍ତି । ମୋଦିଙ୍କ ବିଦେଶ ନୀତି ପାଇଁ ଆଜି ସାରା ବିଶ୍ୱରେ ଭାରତର ନାମ ଆଗ ଧାଡିରେ ରହିଛି । କେବଳ ଆଗରେ ରହିଛି କହିଲେ ହେବ ନାହିଁ ବରଂ ବହୁ ଦେଶ ସହ ସୁସମ୍ପର୍କ ସ୍ଥାପନ କରିଛନ୍ତି ବୋଲି ଅମିତ କହିଛନ୍ତି । ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ଭଳି ଅନେକ ପଦକ୍ଷେପ ନେଇଥିବା ଶ୍ରା ଶାହା କହିଛନ୍ତି । ତେବେ ବିଜେପି ସରାକାର ଆଗାମୀ ଦିନରେ ଭାରତରେ ଶାସନ କରିବ ବୋଲି ଆମେ ଦୃଢ ଆଶାବାଦୀ ବୋଲି ଜାତୀୟ ଗଣମାଧ୍ୟମକୁ ଅମିତ ଶାହା କହିଛନ୍ତି ।