କିଛି ପ୍ରଭାବ ପକାଇ ପାରିବ ନାହିଁ ବିରୋଧୀଙ୍କ ମହାମେଣ୍ଟ : ପୁଣି ବିଜୟ ହାସଲ କରିବ ବିଜେପି, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୃଢ଼ୋକ୍ତି

40

କନକ ବ୍ୟୁରୋ : ୨୦୧୯ରେ ବିଜେପିର ବିଜୟ ସୁନିଶ୍ଚିତ । ଏକଥା ଆମେ ନୁହେଁ, ଏକଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଅମିତ ଶାହ ବାରାଣାସୀରେ ଆୟୋଜିତ ‘ସୋସିଆଲ ମିଡ଼ିଆ ଭଭ୍ୟୁଂଟର ମିଟ’ରେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ନାନ ଦେଇଛନ୍ତି । ଅମିତ ଶାହା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହ କହିଛନ୍ତି ବିଜେପିକୁ ହରାଇବା ପାଇଁ ହେଉଥିବା ମହାମେଂଟ ଦଳର ନିର୍ବାଚନ ପ୍ରଚାରରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ । ଏପରିକି ୨୦୧୯ରେ ବିଜେପି ପୁଣି ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି । ସୋସିଆଲ ମିଡ଼ିଆକୁ ସବୁଠାରୁ ଶକ୍ତ ତଥା ମୁଖ୍ୟ ଅସ୍ତ୍ର ବୋଲିି କହିଛନ୍ତି ଶାହ । ଏହା ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ସୋସିଆଲ ମିଡ଼ିଆ ଯେପରି ହ୍ୱାଟସଆପ୍, ଫେସବୁକ୍, ଟ୍ୱଟିର ଆଦି ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଉପଦେଶ ଦେଇଛନ୍ତି ।

ଅମିତ ଶାହ ବଡ଼ା ଲାଲପୁର ସ୍ଥିତ ହସ୍ତକଳା ସଙ୍କୁଳରେ ଆୟୋଜିତ ସୋସିଆଲ ମିଡ଼ିଆ ଭଲ୍ୟୁଂଟର ମିଟରେ ଯୋଗ ଦେଇଛନ୍ତି । ଆଉ ସେଥିରେ ବିଜେପିର ଆଇଟି ବିଭାଗ ଓ ରାଜ୍ୟର ସୋସିଆଲ ମିଡ଼ିଆ ଭଲ୍ୟୁଂଟର ଟିମକୁ ୨୦୧୯ ନିର୍ବାଚନର ସବୁଠାରୁ ବଡ଼ ଅସ୍ତ୍ର ଭାବେ ସମ୍ବୋଧନ କରିଥିଲେ । ବିପକ୍ଷ ଦଳକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ହିଁ ମାତ ଦିଆଯାଇପାରିବ ବୋଲି ଅମିତ କହିଛନ୍ତି । ଏହାବ୍ୟତୀତ ମିଡ଼ିଆ ଜରିଆରେ ଆକ୍ରମଣ କରୁଥିବା ବିପକ୍ଷ ଦଳକୁ ଉଚିତ ଜବାବ ଦେବା ପାଇଁ ମଧ୍ୟ ଆହ୍ୱାନ ଦେଇଥିଲେ । ବିପକ୍ଷ ଦଳର ଯେଉଁ ନେତାମନ୍ତ୍ରୀମାନେ ଖବରକାଗଜ କିମ୍ବା ଟିଭିରେ ବୟାନବାଦୀଜ କରୁଛନ୍ତି, ତାହାର ଉତ୍ତର ତୁରନ୍ତ ସୋସିଆଲ ମିଡ଼ିଆରେ ଦିଅ ବୋଲି କାର୍ଯ୍ୟକର୍ତ୍ତାକୁ କହିଛନ୍ତି ।

Source:

ଉତ୍ତର ପ୍ରଦେଶର କାନୁନ ବ୍ୟବସ୍ଥାରେ ସଠିକ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ଶାହ । ଏହା ବ୍ୟତୀରେ ଦିଲ୍ଲୀର ନିୟମକାନୁନ ବ୍ୟବସ୍ଥା ବିଗିଡ଼ି ଯାଇଛି, କାରଣ ୟୁପିର ସମସ୍ତ ଗୁଣ୍ଡା ଦିଲ୍ଲୀ ପହଞ୍ଚି ଯାଇଛନ୍ତି ବୋଲି ସେ କହିଛନ୍ତି । ଏହାସହ ବିଜେପିକୁ ଟାର୍ଗେଟ କରୁଥିବା ମହାମେଂଟର କୌଣସି ପ୍ରଭାବ ପଡ଼ିବ ନାହିଁ ଆଗାମୀ ନିର୍ବାଚନରେ ବୋଲି ସେ କହିଛନ୍ତି ।