ୟୁପିକୁ କସବ ମୁକ୍ତ କର ! ଉତ୍ତରପ୍ରଦେଶ ଭୋଟରକୁ ଅନୁରୋଧ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

64

କନକ ବ୍ୟୁରୋ : ୟୁପିକୁ କସବ ମୁକ୍ତ କର । ଉତ୍ତରପ୍ରଦେଶ ଭୋଟରକୁ ଏହି ଅନୁରୋଧ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । କସାବର ଅର୍ଥ କହିବାକୁ ଯାଇ କ ରେ କଂଗ୍ରେସ, ସ ରେ ସମାଜବାଦୀ ପାର୍ଟି ଓ ବ ରେ ବସପା ବା ବହୁଜନ ସମାଜପାର୍ଟିକୁ ନାମିତ କରିଛନ୍ତି ।

ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ୟୁପିର ସୁଲତାନପୁରରେ ବିଏସପି, ସମାଜବାଦୀ ପାର୍ଟି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହା । ସରକାର ବଦଳାଇବାକୁ ବା ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଜନତା ଭୋଟ ଦିଅନ୍ତୁ ନାହିଁ ବରଂ ଉତ୍ତରପ୍ରଦେଶର ଭାଗ୍ୟ ବଦଳାଇବାକୁ ଭୋଟ ଦେବାକୁ ଅମିତ ଶାହା ଅନୁରୋଧ କରିଛନ୍ତି ।