ପଶ୍ଚିମବଂଗରେ ହିଂସାକାଣ୍ଡ ନେଇ ମମତାଙ୍କ ଉପରେ ବର୍ଷିଲେ ଶାହା । କହିଲେ, ହିଂସାକାଣ୍ଡ ପାଇଁ ଟିମଏସି ଦାୟୀ, ଗଣତନ୍ତ୍ରର କରାଯାଇଛି କଣ୍ଠରୋଧ

ଆସନ୍ତା ୨୩ ପରେ ମମତାଙ୍କ ରାଜ୍ ହେବ ଶେଷ; ବିଜେପି ଜିତିବ ୩୦୦ରୁ ଅଧିକ ଆସନ

81

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା । ହିଂସାକାଣ୍ଡ ପାଇଁ ଟିଏମସି ଦାୟୀ । ଟିଏମସି ହିଁ ହିଂସାକାଣ୍ଡ ଭିଆଇଛି ବୋଲି ଅମିତ ଶାହା କହିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରାଯାଇଛି । ମେ ୨୩ ପରେ ମମତାଙ୍କ ରାଜ ଶେଷ ହେବ । ଏବଂ ବିଜେପି ୩୦୦ରୁ ଅଧିକ ଆସନ ପାଇବ ବୋଲି କହିଛନ୍ତି ଅମିତ ଶାହା ।

ଗତକାଲି କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା ।

 

Indiablooms

ଅମିତ ଶାହା ରୋଡ ସୋରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡିଥିଲା । ନିକଟରେ ଥିବା ଏକ ହଷ୍ଟେଲରୁ ଛାତ୍ରମାନେ ବାହାରିଆସି ଟେକା ମାଡ କରିଥିଲେ । ଏହି ସମୟରେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ମଧ୍ୟ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।