କଲିକତା ରୋଡ୍ ଶୋ’ ହିଂସା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କହିଲେ ସିଆରପିଏଫ୍ ନଥିଲେ ମୁଁ ସେଠାରୁ ଜୀବିତ ଅବସ୍ଥାରେ ଫେରି ପାରିନଥାନ୍ତି । 

868

କଲିକତା ରୋଡ୍ ଶୋ’ରେ ହୋଇଥିବା ହିଂସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ତୃଣମୁଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଲଟା ଆକ୍ରମଣ କରିଛନ୍ତି । ଅମିତ୍ ଶାହ କହିଥିଲେ ହିଂସାର ଖବର ସକାଳୁ ହିଁ ଆମେ ପାଇଥିଲୁ କିନ୍ତୁ ପୋଲିସ୍ ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ଟିଏମସି ଲୋକମାନେ ମିଛ ପ୍ରସାରିତ କରିବା ପାଇଁ ମୂର୍ତ୍ତି ଭାଙ୍ଗିଲେ । ପ୍ରେସ୍ କନଫ୍ରେନ୍ସରେ କୁହାଗଲା , ଛଅ ଚରଣରେ ବଙ୍ଗଳାରେ କେଉଁଠି ହିଂସା ହୋଇନଥିଲା । ମମତା ବାନାର୍ଜୀ ବି କହୁଛନ୍ତି ବିଜେପି ହିଂସା କରୁଛି । ମମତା ୪୨ ଟି ସିଟ୍ ରେ ନିର୍ବାଚନ ଲଢୁଥିବା ବେଳେ ଆମେ ସାରା ଦେଶରେ ନିର୍ବାଚନ ଲଢୁଛୁ । ଏଥିରୁ ସ୍ପଷ୍ଟ ଯେ ଟିଏମସି ହିଂସା କରୁଛି । ଲୋକତନ୍ତ୍ରର ହତ୍ୟା କରାଗଲା ।

ଜଣେ ପତ୍ରକାରଙ୍କ ପ୍ରଶ୍ନରେ ଅମିତ୍ ଶାହ କହିଥିଲେ କାଲି ଯଦି ସିଆରପିଏଫ୍ ନଥାନ୍ତେ ତେବେ ମୋର ସେଠାରୁ ଜୀବିତ ଅବସ୍ଥାରେ ଆସିବା ଅସମ୍ଭବ ହୋଇଯାନ୍ତା । ଆମ ପୋଷ୍ଟର ଏବଂ ବ୍ୟାନରକୁ ଚିରି ଦିଆଗଲା । ଆମ କାର୍ଯ୍ୟକର୍ତ୍ତାଙ୍କୁ ଉସୁକାଗଲା । ୨ ଲକ୍ଷରୁ ଅଧିକ ଲୋକ ରୋଡ୍୍ ଶୋ’ରେ ପହଂଚିଥିଲେ । ତିନିଥର ଆକ୍ରମଣ କରାଗଲା ଏବଂ ଏଥିରେ ପଥର,କିରୋସିନି ଏବଂ ତେଲର ପ୍ରୟୋଗ କରାଗଲା । ସକାଳୁ ଖବର ଆସିଥିଲା ଯେ କଲେଜ୍ ଛାତ୍ର ହିଂସା କରିପାରନ୍ତି କିନ୍ତୁ ପୋଲିସ୍ ଏନେଇ କୌଣସି ପଦକ୍ଷେପ ନେଇନଥିଲା ।