ଆଗୁଆ ନିର୍ବାଚନ ଉପରେ ଲାଗିଲା ବିରାମ : ଅମିତ ଶାହ କହିଲେ,ନିର୍ଦ୍ଧାରିତ ସମୟରେ ଦେଶରେ ହେବ ଭୋଟ୍

47

କନକ ବ୍ୟୁରୋ : ଦେଶରେ ହେବ ନାହିଁ ଆଗୁଆ ନିର୍ବାଚନ । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସେ କହିଛନ୍ତି- ନିର୍ଦ୍ଧାରିତ ସମୟରେ ସରକାର ନିର୍ବାଚନ କରିବାକୁ ଯୋଜନା ରଖିଛନ୍ତି । ଏହାସହ କହିଛନ୍ତି-ଆଗାମୀ ଦିନରେ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନରେ ବିଜେପି ବହୁମତରେ ବିଜୟୀ ହେବ । ମୋଦିଙ୍କ ଉପରେ ଲୋକଙ୍କ ଅସ୍ଥା ଅତୁଟ ଥିବା କହିଛନ୍ତି ଅମିତ ଶାହା । ସେହିପରି ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି- ବିରୋଧୀ ଦଳର ଏକତାର ପ୍ରମାଣ ହୋଇ ସାରିଛି । ଅବିଶ୍ୱାସ ମତ ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶ ଦେଖିଛି ବିରୋଧୀ କେତେ ଏକଜୁଟ ।

ଅମିତ ଶାହ କହିଛନ୍ତି, ୨୨ କୋଟି ଲୋକଙ୍କର ଜନଧନ ଖାତା ଖୋଲାଯାଇଛି । ୨୦୧୯ ଲୋକସଭା ନିର୍ବାଚନ ସହ ଜଡ଼ିତ ଆଉ ଏକ ପ୍ରଶ୍ନରେ ଅମିତ ଉତ୍ତର ଦେଇଛନ୍ତି ଆମ ସରକାରଙ୍କ ସଫଳତା ନେଇ ଆମେ ଲୋକଙ୍କ ସହ ଆଲୋଚନା କରିବୁ । ଏବଂ ସେ ଦୃଢ଼ୋକ୍ତି କରିଛନ୍ତି ଜନତାଙ୍କୁ ଆଗୀମ ନିର୍ବାଚନରେ ପୁଣି ଥରେ କେନ୍ଦ୍ରରେ ମୋଦି ସରକାର ନିଶ୍ଚୟ ଆସିବେ । ରାଫେଲ ଡିଲ ବିଷୟରେ ପଚାରିବାରୁ ଶାହ କହିଛନ୍ତି ଏହି ମାମଲାରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସବୁ କିଛି ସ୍ପଷ୍ଟ କରିପାରିବେ । ବିରୋଧୀଙ୍କ ବୟାନବାଜୀକୁ ଆମେ ଡରି ନାହୁଁ । ଜନତା ଆମ ସାଥିରେ ଅଛନ୍ତି ।

ସେପଟେ ଏଥର ବିଜେପି ଚାଲାକ ହୋଇଯାଇଛି। ପଶ୍ଚିମବଙ୍ଗର କାରିଗରଙ୍କୁ ମଞ୍ଚ ତିଆରି ପାଇଁ ଭାରତୀୟ ଜନତା ପାର୍ଟି ଭରସା କରି ନାହିଁ। ସେଥିପାଇଁ ପଡୋଶୀ ଝାଡ଼ଖଣ୍ଡର କାରିଗରଙ୍କୁ ଡାକିଛି। ଏହି କାରିଗରମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶନିବାର ଯେଉଁ ମଞ୍ଚରେ ସାଧାରଣ ଜନତାଙ୍କୁ ସମ୍ବୋଧନ କରିବେ, ତାକୁ ନିର୍ମାଣ କରୁଛନ୍ତି। ପଶ୍ଚିମବଙ୍ଗର କଳାକାର ମାନେ ମଞ୍ଚ ତିଆରି ପାଇଁ ସାରା ଭାରତରେ ସୁନାମ ଅର୍ଜନ କରିଥିବା ବେଳେ, ତାଙ୍କୁ ଏହି ଅମିତ ଶାହଙ୍କ ମଞ୍ଚ ତିଆରି କରିବାକୁ ସୁଯୋଗ ମିଳି ନାହିଁ। ଏହାରି ପଛରେ କିଛି କାରଣ ଥିବା ସୁନିଶ୍ଚିତ। ପଶ୍ଚିମବଙ୍ଗର ମେଦିନାପୁର କଲେଜ ପଡ଼ିଆରେ ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭା ଚାଲିଥିବା ବେଳେ ଟେଣ୍ଟ ଢଳି ପଡ଼ିଥିଲା। ଏହି ଦୁର୍ଘଟଣାରେ ପାଖାପାଖି ୯୦ ଜଣ ଲୋକ ସାମାନ୍ୟ ଆଘାତ ପାଇଥିଲେ। ଏଥର ଅମିତ ଶାହଙ୍କ ରାଲି ଶନିବାର(ଅଗଷ୍ଟ ୧୧)ରେ ଅନୁଷ୍ଠିତ ହେବ। ସେଥିପାଇଁ ବିଜେପି ଏଥର ଝାଡ଼ଖଣ୍ଡର କାରିଗରଙ୍କୁ ମଜବୁତ ଟେଷ୍ଟ ତିଆରି କରିବାକୁ ଦାୟିତ୍ୱ ଦେଇଛି।