ବୁଲନ୍ଦସହର ହିଂସାକାଣ୍ଡ ଘଟଣାକୁ ନେଇ ବଢୁଛି ରାଜନୀତି : ଅମିତ ଶାହ କହିଲେ ତଦନ୍ତ ଚାଲିଛି, ଏହାକୁ ନେଇ ରାଜନୀତି କରାନଯାଉ

131

କନକ ବ୍ୟୁରୋ : ବୁଲନ୍ଦସହର ହିଂସାକାଣ୍ଡ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହା ଏକ ସୁକଳ୍ପିତ ଷଡଯନ୍ତ୍ର  ବୋଲି  କଂଗ୍ରେସ କହିବା ପରେ ଏହାର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ରାଜସ୍ଥାନରେ ପ୍ରଚାର ଅବସରରେ ଶାହା କହିଛନ୍ତି ଏହା ଏକ ଦୁର୍ଭାଗ୍ୟପୂଣ୍ଣ ର୍ ଘଟଣା । ୟୁପି ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ସବୁ ସତ ପଦାକୁ ଆସିବ । ତେଣୁ ଏହାକ ରାଜନୈତିକ ରଙ୍ଗ ନଦିଆଯାଉ ବୋଲି ଶାହା କହିଛନ୍ତି । ଦେଶର ମାହୋଲ ବିଗାଡିବା ପାଇଁ କିଛି ମୌଳବାଦୀ ଗୋଷ୍ଠୀ ଏହି ହିଂସାକାଣ୍ଡ ଭିଆଇଥିବା  ବିରୋଧୀ  ଅଭିଯୋଗ କରିଥିଲେ  ।

source : Afternoon Voice

ଉତ୍ତରପ୍ରଦେଶ ବୁଲନ୍ଦସହରରେ ଇନ୍ସପେକ୍ଟର ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରାଯିବା ସହ ୭୫ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି  । ଘଟଣାର ମାଷ୍ଟର ମାଇଣ୍ଡକୁ ମଧ୍ୟ ଗିରଫ କରାଯାଇଛି । ସୟାନା ଗାଁରେ କିଛି ଦିନରୁ ବେଆଇନ କଂସେଇଖାନା କାରବାର ଚାଲୁଥିବା ନେଇ  ଅଭିଯୋଗ ହୋଇଆସୁଥିଲା  । ଏନେଇ  ହଜାର ହଜାର ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ।  ଘଟଣାସ୍ଥଳରେ ପୁଲିସ ପଂହଚି ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକମାନେ ଆହୁରି ଉତେଜିତ ହୋଇପଡିଥିଲେ । ଫଳରେ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡିଥିଲା । ଏଥିରେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ ଓ ପୁଲିସ୍ ।