ବିଜେପି ଜାତୀୟ ସଭାପତିଙ୍କ ମିଶନ ପଶ୍ଚିମ ଓଡିଶା ! ଆଜି ବଲାଙ୍ଗିରରେ ଗର୍ଜିବେ ଅମିତ ଶାହା

31

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ ସଭାପତି ଅମିତ୍ ଶାହଙ୍କ ମିଶନ ପଶ୍ଚିମ ଓଡିଶା । ଗତକାଲି ଭବାନୀପାଟଣାରେ ସମାବେଶ କରିବା ପରେ ଆଜି ବଲାଙ୍ଗୀରରେ ଯୁବ ସମାବେଶରେ ଯୋଗ ଦେବେ ଶାହ । ବିଜେପି ଯୁବ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ମନ୍ତ୍ରଣା ଦେବେ ଅମିତ୍ । ଗତକାଲି ଭବାନୀପାଟଣାରେ ନବୀନ ପଟ୍ଟନାୟକ ସରକାର ଉପରେ ଜୋରଦାର ବର୍ଷିଥିଲେ । ଏହା ସହିତ ୨୦୧୯ରେ ଓଡିଶାରେ ବିଜେପି ସରକାର ଗଢିବ ବୋଲି ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ନବୀନ ସରକାର ବିଫଳ ହୋଇଥିବାରୁ ମୋଦିଙ୍କ ଉପରେ ଆସ୍ଥା ପ୍ରକଟ ପାଇଁ ଅହ୍ୱାନ ଦେଇଛନ୍ତି ଶାହା । ସେପଟେ ଦଳିତ ଆନ୍ଦୋଳନକୁ ନେଇ କହିଛନ୍ତି, କୌଣସି ପରିସ୍ଥିତିରେ ସଂରକ୍ଷଣ ହଟିବ ନାହିଁ କିମ୍ବା ହଟାଇବାକୁ ଦେବନାହିଁ ବିଜେପି ସରକାର ।

ସୂଚନାଯୋଗ୍ୟ ଗତକାଲି ଓଡିଶା ଆସି ନବୀନ ପଟ୍ଟନାୟକ ସରକାର ଉପରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗତକାଲି ଭବାନୀପାଟଣା ଶାହା କହିଥିଲେ, ୨୦୧୯ରେ ଓଡିଶାରେ ସରକାର ଗଢିବ ବିଜେପି । କଳାହାଣ୍ଡି ଭବାନୀପାଟଣାରେ ବିଜେପି କରିଥିଲା ମହାସମାବେଶ । ଆଉ ମଂଚ ଉପରୁ ବିଜେପି ଶାସିତ ରାଜ୍ୟର ବିକାଶର ଚିତ୍ର ଦେଖାଇଥିଲେ ରାଷ୍ଟ୍ରୀୟ ସଭାପତି । ଓଡିଶାର ବିକାଶ ସହ ତୁଳନା ବି କରିଥିଲେ । ତେବେ ବିଜେପୁର ଉପନିର୍ବାଚନରେ ଦଳ ଫେଲ୍ ମାରିବା ପରେ ଓଡିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ହେଲେ ମହାସମାବେଶରେ ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ଅମିତ ଶାହା । ଓଡିଶାକୁ ମଡେଲ୍ ରାଜ୍ୟ କରିବା ପାଇଁ ମାଗିଛନ୍ତି ଓଡିଶାବାସୀଙ୍କ ସହଯୋଗ ।