ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଗସ୍ତ ବାତିଲ : ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସମ୍ବଲପୁର ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବେନି ଶାହା

304

କନକ ବ୍ୟୁରୋ : ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍ । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅମିତ ଶାହାଙ୍କ ଗସ୍ତ ବାତିଲ ହୋଇଛି । ଆଜି ସମ୍ବଲପୁର ଗସ୍ତରେ ଆସିଥାନ୍ତେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ସମ୍ବଲପୁର ଧନକଉଡା ପଡିଆରେ ଆୟୋଜିତ ବିଜେପି ଦଳୀୟ କାର୍ଯ୍ୟକ୍ରମରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ଥିଲା । ୪ଟି ଲୋକସଭା ଆସନର ବୁଥ ଲେବଲ୍ କାର୍ଯ୍ୟକର୍ତାଙ୍କ ଠାରୁ ସମସ୍ତ ପଦାଧୀକାରୀଙ୍କ ସହ ଅମିତ ସିଧାସଳଖ କଥା ହୋଇଥାଆନ୍ତେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି । ମୋଦି ତାଙ୍କର ସମସ୍ତ ରାଲି ଓ ଜନସଭା ହେଲା ବାତିଲ କରିଦେଇଛନ୍ତି । ଆଜି ମଧ୍ୟପ୍ରଦେଶରେ ଜନସଭା କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତେ ମୋଦି । ବିଜେପି ତରଫରୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ସୂଚନାଯୋଗ୍ୟ ପୁଲୱାମା ଆତଙ୍କୀ ଆକ୍ରମଣରେ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି ଏବଂ ୪୫ ଜଣ ଯବାନ ଆହତ ହୋଇଛନ୍ତି । ଏହି ଆକ୍ରମଣ ଘଟଣାକୁ ନିନ୍ଦା କରି ସମଗ୍ର ଦେଶ ଏକଜୁଟ୍ ହୋଇଛି । ସବୁ ରାଜନୈତିକ ଦଳ ସମସ୍ୱରରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।