ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡିବେ ନାହିଁ ଅମିତ ଶାହା ? ହେଲେ , ବିଜେପିର ଜଣେ ବ୍ୟକ୍ତି ଗୋଟିଏ ପଦ ଆଇନରେ ହେବ କି ପରିବର୍ତନ

ସାରା ଦେଶରେ ସରିଛି ନିର୍ବାଚନ

417
କନକ ବ୍ୟୁରୋ : ସାରା ଦେଶରେ ସରିଛି ନିର୍ବାଚନ । ତେବେ କେବଳ ଯେ, ନିର୍ବାଚନ ସରିଛି ତାହା ନୁହେଁ ଦେଶରେ ବିଜେପି ଆଶାନୁରୂପକ ଫଳ ମଧ୍ୟ ପାଇଛି । ହେଲେ ବିଜେପିର ଏହି ମହାନ ବିଜୟ ପଛରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ ଅମିତ ଶାହା ଗୃହମନ୍ତ୍ରୀ  ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ଆଗାମୀ ଦିନରେ ହରିୟାଣା, ମହାରାଷ୍ଟ୍ର , ଝାରଖଣ୍ଡ ଏବଂ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବା ପାଇଁ ଯାଉଛି । ତେଣୁ ପାର୍ଟି ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ପଦକୁ ନେଇ କୌଣସି ରିସ୍କ ନେବା ପାଇଁ ଚାହୁଁନଥିବା ସୂଚନା  ରହିଛି ।
ନିଜର ବିଜୟର ଧାରା ବଜାୟ ରଖିବା ପାଇଁ ଦଳ ଚେଷ୍ଟା କରୁଛି । ତେଣୁ ଶାହାଙ୍କୁ ପଦରୁ ହଟାଇବା ପାଇଁ ଇଚ୍ଛା କରୁନାହିଁ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅମିତ ଶାହା ଗୃହମନ୍ତ୍ରଣାଳୟ ସହ ୧୧ କୋଟି ସଦସ୍ୟ ବିଶିଷ୍ଟ ବିଜେପି ଦଳକୁ ମଧ୍ୟ ସଠିକ ଭାବରେ ଚଳାଇ ପାରିବାର କ୍ଷମତା ରଖିଛନ୍ତି । ତେଣୁ ଦଳର କିଛି ପୁରୁଖା ନେତା ପୁଣି ଥରେ ଶାହାଙ୍କ ମୁଣ୍ଡରେ ସୁନା କଳସ ଢାଳିବା ପାଇଁ ଚେଷ୍ଟା କରୁଛନ୍ତି । ଚେଷ୍ଟା କରିବା ମଧ୍ୟ ସ୍ୱାଭାବିକ । କାରଣ ଯେପରି ଭାବରେ ଶାହା ଦଳକୁ ସାହା ହୋଇ ରହିଛନ୍ତି ତାହାକୁ ଦେଖିଲେ କେହି ବି ରିସ୍କ ନେବା ପାଇଁ ଇଚ୍ଛା ରଖୁନାହାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଅନେକ ଆଶାୟୀ ପ୍ରାର୍ଥୀ ରହିଛନ୍ତି ଅଧ୍ୟକ୍ଷ ପଦ ନେବା ପାଇଁ । ତେଣୁ ଆଗକୁ ନିର୍ବାଚନ ରହିଛି କାହାକୁ ଦଳ ମଧ୍ୟରେ ଅସନ୍ତୋଷ କରିବା ପାଇଁ ଚାହୁଁନାହିଁ ଦଳ । ତେଣୁ ପୁଣି ଥରେ ଶାହା ରାଷ୍ଟ୍ରୀୟ ସଭାପତି ହେବା ଲାଗି ବାଜିପାରେ ମୋହର ।
ହେଲେ , ଯଦି ଶାହା ପୁଣି ଥରେ ସଭାପତି ହେବେ ତେବେ ବିଜେପିରେ ପ୍ରଚଳିତ ଥିବା ଗୋଟିଏ ପଦବୀ ଜଣେ ବ୍ୟକ୍ତି ନିୟମରେ ପରିବର୍ତନ ହେବ । କେବଳ ଜଣଙ୍କ ଲାଗି ନିୟମ ପରିବର୍ତନ କରିବା ପାଇଁ କେତେକ ନେତା ମଧ୍ୟ ଚାହୁଁନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ହେଲେ ବର୍ତମାନ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ବ୍ୟକ୍ତି ଏନେଇ ମୁହିଁ ଖୋଲି ନାହାନ୍ତି । କିନ୍ତୁ କେତେକ କର୍ମୀଙ୍କ କହିବା ଅନୁସାରେ, ପୁଣି ଥରେ ଶାହା ହିଁ ସଭାପତି ହେବେ  । ହେଲେ ପ୍ରକୃତରେ ଏନେଇ କିଛି ଚର୍ଚ୍ଚା ହୋଇଛି ନା କେବଳ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ସେ ସମ୍ପର୍କରେ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନାହିଁ । ପୂର୍ବରୁ ସଭାପତି ପଦ ଶାହା ଛାଡିବା ନେଇ ଚର୍ଚ୍ଚା ହେବା ସହ କେତେକ ନେତାଙ୍କ ନାମ ଉପରେ ମୋହର ବାଜିବା ନେଇ ଆଲୋଚନା ବି ହୋଇଥିଲା ।