ଦଳିତଙ୍କ ଘରେ ଭୋଜନ କରିବେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହ ! ପରଷାଯିବ ୧୭ ପ୍ରକାର ବ୍ୟଞ୍ଜନ

28

କନକ ବ୍ୟୁରୋ : ଦଳିତଙ୍କ ଘରେ ଭୋଜନ କରିବେ ବିଜେପି ସଭାପତି ଅମିତ୍ ଶାହ । ବଲାଙ୍ଗୀର ଠାରୁ ଦେଓଗାଁ କଲେନୀପଡ଼ାରେ ମହେଶ୍ୱର ସୁନାଙ୍କ ଘରେ ଭୋଜନ କରିବେ ଶାହ । ଭୋଜନରେ ୧୭ ପ୍ରକାର ବ୍ୟଞ୍ଜନ ପରଷାଯିବ । ଭାତ, ଡାଲି, ଟମାଟୋ ଖଟା, ସାଧା ତରକାରୀ ଖାଇବେ । ଏହାସହ ୨ ପ୍ରକାର ଶାଗ, ୩ ପ୍ରକାର ବଡ଼ି, ୩ ପ୍ରକାର ଲଡୁ ଓ ଗହମ ଖିରିର ମଜା ନେବେ ଅମିତ୍ ଶାହ ।

ସୂଚନାଯୋଗ୍ୟ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ୍ ଶାହଙ୍କ ମିଶନ ପଶ୍ଚିମ ଓଡିଶା । ଗତକାଲି ଭବାନୀପାଟଣାରେ ସମାବେଶ କରିବା ପରେ ଆଜି ବଲାଙ୍ଗୀରରେ ଯୁବ ସମାବେଶରେ ଯୋଗ ଦେବେ ଶାହ । ବିଜେପି ଯୁବ କର୍ମୀମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ମନ୍ତ୍ରଣା ଦେବେ ଅମିତ୍ । ଗତକାଲି ଭବାନୀପାଟଣାରେ ନବୀନ ପଟ୍ଟନାୟକ ସରକାର ଉପରେ ଜୋରଦାର ବର୍ଷିଥିଲେ । ଏହା ସହିତ ୨୦୧୯ରେ ଓଡିଶାରେ ବିଜେପି ସରକାର ଗଢିବ ବୋଲି ପୁଣି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ସବୁଥିରେ ନବୀନ ସରକାର ବିଫଳ ହୋଇଥିବାରୁ ମୋଦିଙ୍କ ଉପରେ ଆସ୍ଥା ପ୍ରକଟ ପାଇଁ ଅହ୍ୱାନ ଦେଇଛନ୍ତି ଶାହା । ସେପଟେ ଦଳିତ ଆନ୍ଦୋଳନକୁ ନେଇ କହିଛନ୍ତି, କୌଣସି ପରିସ୍ଥିତିରେ ସଂରକ୍ଷଣ ହଟିବ ନାହିଁ କିମ୍ବା ହଟାଇବାକୁ ଦେବନାହିଁ ବିଜେପି ସରକାର ।