ଅମିତ ଶାହଙ୍କ ଓଡିଶା ଗସ୍ତର ଆଜି ଶେଷ ଦିନ ! ବରିଷ୍ଠ ନେତାଙ୍କୁ ବି ଦେବେ ଗୁରୁମନ୍ତ୍ର

17

କନକ ବ୍ୟୁରୋ : ଆଜି ଅମିତ ଶାହଙ୍କ ଓଡିଶା ଗସ୍ତର ଶେଷ ଦିନ । ଭୁବନେଶ୍ୱର ମ୍ୟୁଜିୟମ ଛକରେ ଆଜି ଅମିତ ଶାହଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯିବ । ଏହାପରେ ସେ ପଂଚାୟତ ପ୍ରତିନିଧି ସମ୍ମିଳନୀରେ ଯୋଗ ଦେବେ । ବରିଷ୍ଠ ନେତାଙ୍କୁ ବି ଗୁରୁମନ୍ତ୍ର ଦେବେ ବିଜେପି ସଭାପତି । ଗତ ଦୁଇଦିନ ମଧ୍ୟରେ ବ୍ରହ୍ମପୁର ଓ ଯାଜପୁରରେ ଅମିତ ଶାହ ବୁଥ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ କରିଥିଛନ୍ତି ।