ଅମିତ୍ ଶାହଙ୍କ ମିଶନ ପଶ୍ଚିମ ଓଡିଶା ! ବଲାଙ୍ଗୀରର ଗାଁ ବୁଲିଲେ, ସମସ୍ୟା ପଚାରି ବୁଝିଲେ

33

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ମିଶନ ପଶ୍ଚିମ ଓଡିଶା । ଆଜି ବଲାଙ୍ଗୀରରେ ବିଭିନ୍ନ ଗାଁ ବୁଲିଛନ୍ତି ଅମିତ୍ । ଗାଁରେ ଲୋକଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଏପରିକି ନଳକୂପ ପାଖକୁ ଯାଇ ପାନୀୟ ଜଳର ସ୍ଥିତି ପରଖିଛନ୍ତି ଅମିତ୍ । ଆଜି ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ରାଜ୍ୟବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ଆବଶ୍ୟକତା ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର । ବଲାଙ୍ଗୀରରେ ଏକ ଯୁବ ସମାବେଶରେ ଯୋଗ ଦେବେ ଅମିତ୍ ।

ଦଳିତଙ୍କ ଘରେ ଭୋଜନ କଲେ ବିଜେପି ସଭାପତି ଅମିତ୍ ଶାହ । ବଲାଂଗୀରର ଦେଓଗାଁ କଲେନୀପଡ଼ାରେ ମହେଶ୍ୱର ସୁନାଂକ ଘରେ ଭୋଜନ କରିଛନ୍ତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ ପତ୍ନୀ । କାଠପତ୍ରରେ ତଳେ ବସି ଭୋଜନ କରିଛନ୍ତି ଏହି ସମସ୍ତ ନେତା । ଭୋଜନରେ ପ୍ରାୟ ୧୭ ପ୍ରକାର ବ୍ୟଞ୍ଜନ ଖାଇଛନ୍ତି । ତା ଭିତରେ ରହିଛି ଭାତ, ଡାଲି, ଟମାଟୋ ଖଟ୍ଟା, ସାଧା ତରକାରୀ । ଏହାସହ ୨ ପ୍ରକାର ଶାଗ, ୩ ପ୍ରକାର ବଡ଼ି, ୩ ପ୍ରକାର ଲଡୁ ଓ ଗହମ ଖିରିର ମଜା ନେଇଛନ୍ତି ଅମିତ୍ ଶାହା ।