ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଅମିତ ଶାହ ! ସଂସ୍କୃତରେ ଶପଥ ପାଠ କଲେ ସ୍ମୃତି ଈରାନୀ

22

କନକ ବ୍ୟୁରୋ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଶପଥ ନେଇଛନ୍ତି । ରାଜ୍ୟସଭା ସଭାପତି ଏମ. ଭେଙ୍କିୟା ନାଇଡୁ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତିି । ସ୍ମୃତି ସଂସ୍କୃତରେ ଶପଥ ନେଇଛନ୍ତି ।

ଅଗଷ୍ଟ ୮ରେ ହୋଇଥିବା ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଅମିତ ଶାହ । ଏହାପୂର୍ବରୁ ସେ ଗୁଜୁରାଟ ବିଧାନସଭାରେ ପାଂଚଥର ବିଧାୟକ ରହିଛନ୍ତି । ରାଜ୍ୟସଭାକୁ ପ୍ରତମ ଥର ନିର୍ବାଚିତ ହୋଇଥିବା ଶାହ ୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ମୃତି ଈରାନୀ ମଧ୍ୟ ୪୬ ଭୋଟ ପାଇଥିଲେ । ସେପଟେ କଂଗ୍ରେସର ଅହମ୍ମଦ ପଟେଲ ୪୪ଟି ଭୋଟ ପାଇ ଜିତିଥିଲେ । ବିଜେପିର ବଲୱନ୍ତ ସିଂଙ୍କୁ ୩୮ ଟି ଭୋଟ ମିଳିଥିଲା ଯାହାକୁ ସେ ଗୁଜୁରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ନିଜ ଦଳର ଦୁଇ ବିଧାୟକଙ୍କ ବିରୋଧରେ କଂଗ୍ରେସ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ଭେଟି ଅଭିଯୋଗ କରିବା ପରେ ଉକ୍ତ ଦୁଇ ବିଧାୟକଙ୍କ ଭୋଟକୁ ରଦ୍ଦ କରାଯାଇଥିଲା ।