ଅମିତଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : କହିଲେ, ପଂଚାୟତ ନିର୍ବାଚନ ପରେ ହଜି ଯାଇଛି ନବୀନଙ୍କ ନିଦ

27

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଟାର୍ଗେଟେରେ ଉପକୂଳ ଓଡିଶା । ଗଞ୍ଜାମ ପରେ ଯାଜପୁରରେ ମୋ ବୁଥ ସବୁଠୁ ମଜଭୂତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ ଅମିତ । ପ୍ରଥମେ ବିରଜା ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିବା ସହ, ୨୦୧୯ରେ ଦୁଇ ତୃତୀୟାଂଶ ଭୋଟରେ ବିଜେପିର ବିଜୟ ହେଲେ ପୁଣିଥରେ ମାଆ ବିରଜାଙ୍କ ମନ୍ଦିରକୁ ଆସିବେ ବୋଲି ସଂକଳ୍ପ କଲେ ଅମିତ ଶାହ ।

ପଂଚାୟତ ନିର୍ବାଚନରେ ବିଜେପିକୁ ଅନେକ ସଫଳତା ମିଳିଥିଲେ ମଧ୍ୟ ଉପକୂଳ ଓଡିଶାରେ ଦଳ ଭଲ ପ୍ରଦର୍ଶନ କରିପାରିନାହିଁ । ସେଥିପାଇଁ ଦଳର ନିର୍ବାଚନୀ ରଣନୀତି ପ୍ରସ୍ତୁତିରେ ମାହିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଟାର୍ଗେଟେରେ ରହିଛି ଏହିସବୁ ଜିଲ୍ଲା । ଗଞ୍ଜାମ ପରେ ଯାଜପୁରରେ ବୁଥସ୍ତରୀୟ କର୍ମକର୍ତାଙ୍କୁ ୨୦୧୯ ନିର୍ବାଚନୀ ଲଢେଇ ପାଇଁ ପ୍ରସ୍ତୁତ କରିବାକୁ ପହଂଚିଛନ୍ତି ବିଜେପିର ଏହି ଚାଣକ୍ୟ । ଓଡିଶାର ବିକାଶ ପାଇଁ ବିଜେପିକୁ କ୍ଷମତା ଗାଦିରେ ବସାଇବାକୁ ଅପିଲ୍ କରିଛନ୍ତି ।

ତେବେ ଦଳୀୟ କାର୍ଯ୍ୟକ୍ରମ ନାଁରେ ସରକାରୀ ଟଙ୍କାରେ ବିଜେପିର ଏହା ଶୋ’ବାଜି କହି ସମାଲୋଚନା କରିଛି ବିଜେଡି । ୨୦୧୯ ସାଧାରଣ ନିର୍ବାଚନରେ ବିଜୟ ପାଇଁ ଏକପ୍ରକାର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଲୋକଙ୍କ ସହ ସଂପର୍କ ଯୋଡିବାକୁ ଅରେଇ ଗାଁରେ ଜଣେ ସାଧାରଣ ବ୍ୟକ୍ତିଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି ଅମିତ ଶାହ । କଦଳି ପତ୍ରରେ ଭାତ, ଡାଲି , ଶାଗ, ଜହ୍ନିରାଇ, ବଢିଚୁରା, ଆଳୁଭର୍ତା ଓ ଆମ୍ବ ଖାଇଛନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –