ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ : ଅମିତ ଶାହାଙ୍କ ଆଭିମୁଖ୍ୟକୁ ନେଇ କଳ୍ପନାଜଳ୍ପନା

30

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ବିଜେପି ମଂଗ ସମ୍ଭାଳିବା ପରେ ଅମିତ ଶାହାଙ୍କ ଏହା ଦ୍ୱିତୀୟ ଗସ୍ତ । ପ୍ରାୟ ୨ ବର୍ଷ ତଳେ ରାଜଧାନୀରେ ହୋଇଥିଲା ଦଳର ପରିବର୍ତନ ସମାବେଶ । ତେବେ ନବୀନ କି, ବିଜେଡି ବିରୋଧରେ ପଦୁଟିଏ ବି କହିନଥିଲେ ଅମିତ୍ ।

ଆସନ୍ତା ୨୫ ତାରିଖରେ ଦଳ କରୁଛି ଜନ ଜାଗରଣ ସମାବେଶ । ତେବେ ଏଥର କଣ କହିବେ ଅମିତ୍? ଶାସକ ବିଜେଡି ବିରୋଧରେ କଡା କଥା କହିବେ ନା ଗତଥର ପରି ଚୁପ୍ ରହିବେ ।