ଆଜି ଓଡିଶା ଆସୁଛନ୍ତି ଅମିତ ଶାହା: ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ହେବେ ସାମିଲ

65

କନକ ବ୍ୟୁରୋ: ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବେ ଶାହା । ସକାଳ ସାଢେ ୯ଟାରେ ଶାହା ଶ୍ରୀକ୍ଷେତ୍ରରେ ପହଚିଂ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ ଶାହା ଯୋଗ ଦେବେ ।

ସମାବେଶରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ଶାହା । ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଗତକାଲି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜନଜାତିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ସଂପର୍କରେ କହିଥିଲେ । ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଏକତ୍ରିତ ହୋଇ ଶପଥ ନେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ସୋନୱାଲ ଆହ୍ୱାନ ଦେଇଥିଲେ ।