ଗୋବର୍ଦ୍ଧନ ପୀଠରୁ ଧର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କଲେ ଅମିତ ଶାହା

23

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଗୋବର୍ଦ୍ଧନ ପୀଠରୁ ଧର୍ମ ପ୍ରସଙ୍ଗ ଉଠାଇ ସରକାରଙ୍କୁ ପରୋକ୍ଷରେ ସମାଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଆଜି ଗୋବର୍ଦ୍ଧନ ପୀଠରେ ବିମଳାମ୍ବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଏକ ପ୍ରକାର ସମାଲୋଚନା କରିଛନ୍ତି ।

ଶ୍ରୀମନ୍ଦିର ରୀତିନୀତିରେ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ଏମିତିକି କୌଣସି ସରକାର ଯଦି ହସ୍ତକ୍ଷେପ କରୁଛନ୍ତି ତାହା ସମ୍ବିଧାନ ବିରୋଧୀ ବୋଲି ଅମିତ ଶାହା କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ନିଜ ମତ ରଖି କହିଛନ୍ତି ଯେ, ଶାସନ ଏମିତି ହେବା କଥା ଯେମିତି ସାଧୁସନ୍ଥମାନେ ଆବଶ୍ୟକ ପଡ଼ିଲେ ଶାସକଙ୍କ କାନ ଧରି ରାସ୍ତା ଦେଖାଇପାରୁଥିବେ ।