ଗଂଜାମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ! ସଂଗଠନକୁ ଦୃଢ଼ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର

22

କନକ ବ୍ୟୁରୋ : ଅମିତ ଶାହଙ୍କ ଓଡିଶା ଅଭିଯାନ । ଗତକାଲି ଭୁବନେଶ୍ୱରରେ ପହଞ୍ଚିିବା ପରେ ଗଂଜାମ ଯାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଗଞ୍ଜାମ ହୁଗୁଳାପଟାରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଶାହ । ବୁଥ ସ୍ତରରୁ ମୁଁ କାମ କରୁଛି, ତଳ ସ୍ତର କଥା ମୁଁ ଜାଣିଛି । ଓଡିଶାର ସମସ୍ତ ୩୬ ହଜାର ବୁଥରେ ବୁଥ କମିଟି ଗଠନ ହେବ ।

୨୦୧୯ରେ ଓଡିଶାର ଦୁଇ ତୃତୀୟାଂଶ ବହୁମତ ବିଜେପି ପାଇବ ବୋଲି ଶାହ କହିଛନ୍ତି । ଉଦବୋଧନ ଦେବା ପରେ ଦଳିତଙ୍କ ଘରେ ଭୋଜନ କରିବେ ଶାହ । ପରେ ବ୍ରହ୍ମପୁରର ଆମ୍ବୁପୁଆ ଠାରେ ଅପରାହ୍ନରେ ବିଜେପି କର୍ମୀଙ୍କ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଗତକାଲି ସ୍ୱତନ୍ତ୍ର ବିମାନ ଯୋଗେ ବିଳମ୍ବିତ ରାତିରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ଅମିତ ଶାହ ।