ମୋଦି ସରକାରଙ୍କ ୪ ବର୍ଷ ରିପୋର୍ଟ କାର୍ଡ ଦେଲେ ଅମିତ ଶାହା ! କହିଲେ ସବୁ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ମୋଦି ।

40

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ୪ର୍ଥ ଇନିଂସ ପୂର୍ତ୍ତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ସମ୍ମିଳନୀରେ ମୋଦି ସରକାରଙ୍କ ୪ବର୍ଷ ଶାସନ କାଳର ସଫଳତା ବଖାଣିଛନ୍ତି ଅମିତ ଶାହା । ତେବେ ସମ୍ମିଳନୀ ଆରମ୍ଭରୁ ହିଁ ଶାହା କଂଗ୍ରେସକୁ ସମାଲୋଚନା କରିଥିଲେ । ଯେତେବେଳେ ଦେଶରେ କଂଗ୍ରେସ ସରକାର ଥିଲା ସେତେବେଳେ ଜନତା ଗଣତନ୍ତ୍ର ଉପରୁ ଭରସା ଉଠାଇ ଦେଇଥିଲେ । ଏବଂ ସେହି ସମୟରେ ମୋଦି ସରକାର କ୍ଷମତାକୁ ଆସିଥିଲା । ଦୀର୍ଘ ୪ ବର୍ଷ ଶାସନକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୁରଣ କରିଥିବା ଅମିତ ଶାହା କହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟିକୁ ଗର୍ବ ହେଉଛି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭ୍ରଷ୍ଟାଚାର ମୁକ୍ତ ସରକାର ଦେଇଛି । କାରଣ ମୋଦି ଯେବେ କ୍ଷମତାକୁ ଆସିଲେ ସେତେବେଳେ ଦୁଇଟି ପ୍ରମୂଖ ପ୍ରତିଶ୍ରୁତି ଦେଇଥିଲେ । ଏବଂ ତାହା ହେଉଛି ଗାଁ, ଗରିବ ଏବଂ ଚାଷୀଙ୍କ ହିତ ପାଇଁ ସରକାର । ଏ ସରକାର ଗରିବଙ୍କ ପାଇଁ ନା ଧନୀଙ୍କ ପାଇଁ , ସହରର ବିକାଶ ପାଇଁ ନା ଗାଁର ବିକାଶ ପାଇଁ ଏଭଳି ଅନେକ ଲୋକ ଚିନ୍ତା କରୁଥିଲେ କିନ୍ତୁ ସବୁ ସମସ୍ୟାକୁ ଦୂର କରି ଉଭୟ ଗାଁ ଏବଂ ସହରର ବିକାଶ ଲକ୍ଷ୍ୟରେ ଶାସନ ଭାର ଆରମ୍ଭ କରିଥିଲେ ବୋଲି ଅମିତ କହିଛନ୍ତି । ସବୁଠାର ବଡ କଥା ହେଲା ଯେ ଦେଶରେ ଚାଲିଥିବା ଜାତିବାଦ, ପାରିବାରିକ ରାଜନୀତି ପ୍ରଥାକୁ ବଦଳାଇ ଉଚିତ୍ ରାଜନୀତିକୁ ଆଗକୁ ନେବାରେ ସଫଳ ହୋଇଛନ୍ତି ମୋଦି । ଦେଶବାସୀଙ୍କୁ ଧନ୍ୟବାଦ ଯେ ଜଣେ ସବୁଠାରୁ ପରିଶ୍ରମୀ ପ୍ରଧାନମନ୍ତ୍ରୀ ଏବଂ ଲୋକପ୍ରିୟ ନେତାକୁ ସେବା କରିବାର ସୁଯୋଗ ଦେଇଛନ୍ତି । ଯିଏକି ଦିନକୁ ୧୫ରୁ ୧୮ ଘଣ୍ଟା ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି ।

ବିଗତ ଚାରି ବର୍ଷରେ ମୋଦି ସରକାର ସବକା ସାଥ ସବକା ବିକାଶ ଭଳି ଏକ ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି । ୪ବର୍ଷରେ ବେକାରୀ ସମସ୍ୟାକୁ ଦୂର କରି ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହନ ଦେଇଥିବା ଶାହା କହିଛନ୍ତି । ବିନା କୌଣସି ଘୋଟାଲା କିମ୍ବା ଦୁର୍ନୀତି କୁ ବାଦ ଦେଇ କୋଟି କୋଟି ଟଙ୍କାର ଶିଳ୍ପାୟନ ପ୍ରତିଷ୍ଠା କରିଛୁ । ଯାହା କି ମୋଦି ସରକାର ହିଁ କେବଳ କରି ପାରିଛନ୍ତି ଅନ୍ୟ ଜାତିବାଦ ଉପରେ ବିଶ୍ୱାସ କରୁଥିବା ସରକାର ନୁହେଁ ବୋଲି ପରୋକ୍ଷରେ କଂଗ୍ରେସକୁ ସମାଲୋଚନା କରିଛନ୍ତି ଅମିତ ଶାହା ।