ଅମିତ ଶାହଙ୍କ ଏକ ଦେଶ ଏକ ଭାଷା ମନ୍ତବ୍ୟକୁ ନେଇ ତେଜିଲା ବିବାଦ । ଷ୍ଟାଲିନ, ଅସଦୁଦ୍ଧିନ ଓ ମମତା ବାନାର୍ଜିଙ୍କ ବିରୋଧ

493

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହା ମନ୍ତବ୍ୟକୁ ନେଇ ଛିଡ଼ା ହୋଇଛି ନୂଆ ବିବାଦ । ହିନ୍ଦୀ ଦିବସ ପାଳନ ଅବସରରେ ଅମିତ ଶାହାଙ୍କ ଏକକ ଜାତୀୟ ଭାଷା ବୟାନକୁ ଦକ୍ଷିଣ ଭାରତରେ ପ୍ରବଳ ବିରୋଧ କରାଯାଇଛି । ଶାହା ହିନ୍ଦୀ ଭାଷାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ପ୍ରୟାସ କରୁଛନ୍ତି ବୋଲି ଦକ୍ଷିଣ ଭାରତର ଅନେକ ନେତା କହିଛନ୍ତି । ହିନ୍ଦୀ ଭାଷା ରାଷ୍ଟ୍ରଭାଷା ବୋଲି ଯେଉଁ ପ୍ରଚାର କରାଯାଉଛି ତାହା ବନ୍ଦ ହେବା ଦରକାର ବୋଲି କହିଛନ୍ତି ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା । ସେହିପରି ଡିଏମକେ ନେତା ଷ୍ଟାଡିଲ ଏବଂ ଜେଡିଏସ୍ ନେତା କୁମାରସ୍ୱାମୀ ଅମିତ ଶାହାଙ୍କ ବୟାନକୁ ବିରୋଧ କରିଛନ୍ତି ।

 

source : aajtak

ଏହା ପୂର୍ବରୁ ଅମିତ ଶାହା କହିଛନ୍ତି-ଭାରତରେ ଏକକ ଜାତୀୟ ଭାଷା ହେବା ଆବଶ୍ୟକ । ଜାତିର ପିତା ମହାତ୍ମା ଗାନ୍ଧି ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଗୋଟିଏ ଦେଶ ଗୋଟିଏ ଭାଷାକୁ ସାକାର କରିବାକୁ ହେଲେ ହିନ୍ଦୀ ଭାଷାକୁ ବହୁତ ଆଗକୁ ନେବାକୁ ପଡିବ ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଟ୍ୱିଟ୍ କରି ଶାହା କହିଛନ୍ତି ଭାରତ ବହୁ ଭାଷାର ଦେଶ । ପ୍ରତି ଭାଷାର ମହତ୍ୱ ରହିଛି । କିନ୍ତୁ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇଁ ଦେଶରେ ଗୋଟିଏ ଭାଷା ରହିବା ଅତ୍ୟନ୍ତ ଆବଶ୍ୟକ । ତେଣୁ ସବୁ ଦେଶବାସୀ ନିଜ ନିଜ ମାତୃଭାଷାର ପରିଚୟ ବଢାଇବା ସହ ହିନ୍ଦି ଭାଷାର ବ୍ୟବହାରକୁ ବଢାଇବାକୁ ସେ ଅପିଲ କରିଛନ୍ତି ।

ସେପଟେ ଅମିତ ଶାହାଙ୍କ ଟ୍ୱିଟର ପ୍ରତିକ୍ରିୟାରେ ବହୁ ବ୍ୟକ୍ତି ରିଟ୍ୱିଟ୍ କରିଛନ୍ତି । ଏଥିରେ କିଛି ଓଡିଆ ନେତା ଓ ଲୋକ ସାମିଲ ଥିବା ବେଳେ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି ବରିଷ୍ଠ ନେତା ସୁପର୍ନୋ ଶତପଥୀ । ସମ୍ବିଧାନରେ ହିନ୍ଦି ଭାଷାକୁ ସରକାରୀ ଭାଷା ଭାବେ ମାନ୍ୟତା ଦିଆଯାଇଛି, ଏହା ଜାତୀୟ ଭାଷା ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି ।