ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ଜୁଲାଇ ୫ରେ ଯାଜପୁର ଜିଲ୍ଲା ଗସ୍ତ ।

23

କନକ ବ୍ୟୁରୋ: ଜୁଲାଇ ୫ରେ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ଯାଜପୁର ଜିଲ୍ଲା ଗସ୍ତ କରିବେ । ଏଥିପାଇଁ ପାଣିକୋଇଲି କଲେଜ ପଡିଆଠାରେ ରାଜ୍ୟ ବିଜେପି ପକ୍ଷରୁ ଭୂମିପୂଜନ କରାଯାଇଛି । ଅମିତ ଶାହଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ଓ ଜିଲ୍ଲାରେ ବିଜେପିକୁ ସୁଦୃଢ କରିବା ପାଇଁ ଜିଲ୍ଲା ଓ ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ଅଂଟା ଭିଡିଛନ୍ତି । ପାଣିକୋଇଲିରେ ବୁଥ୍ ସ୍ତରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲା ଓ ପଡୋଶି ଜିଲ୍ଲାରୁ ଲକ୍ଷ୍ୟାଧିକ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –