ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ! ଗଂଜାମ ଅଭିମୁଖେ ବାହାରିଲେ ଅମିତ ଶାହା

23

କନକ ବ୍ୟୁରୋ: ଅମିତ ଶାହଙ୍କ ଓଡିଶା ଅଭିଯାନ । ଗତକାଲି ଭୁବନେଶ୍ୱରରେ ପହଂଚିବା ପରେ ଆଜି ଗଂଜାମ ଅଭିମୁଖେ ବାହାରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୁବନେଶ୍ୱରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ସେ ଗଂଜାମ ଅଭିମୁଖେ ବାହାରିଛନ୍ତି ।

ଗତକାଲି ସ୍ୱତନ୍ତ୍ର ବିମାନ ଯୋଗେ ବିଳମ୍ବିତ ରାତିରେ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଁଚିଥିଲେ ଅମିତ ଶାହା । ଓଡ଼ିଶା ଗସ୍ତ ସମୟରେ ସେ ଗଞ୍ଜାମ, ଯାଜପୁର ଯାଇ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ଅମିତ ଶାହାଙ୍କ ଗଂଜାମ ଗସ୍ତ ପାଇଁ ବିଜେପି ପକ୍ଷରୁ ଚାଲିଛି ଯୋରଦାର ପ୍ରସ୍ତୁତି ।

ଗଞ୍ଜାମ ହୁଗୁଳାପଟାରେ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହା ଦଳିତଙ୍କ ଘରେ ଭୋଜନ କରିବେ । ପରେ ବ୍ରହ୍ମପୁରର ଆମ୍ବୁପୁଆ ଠାରେ ଅପରାହ୍ନରେ ବିଜେପି କର୍ମୀଙ୍କ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –