୧୨୦ ଯାଏଁ ଗଣତି ଶିଖି ନିଅନ୍ତୁ ନବୀନ୍ ! ବିଜେଡି ସୁପ୍ରିମୋଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଖୋଲା ଚ୍ୟାଲେଞ୍ଜ୍

56

କନକ ବ୍ୟୁରୋ : ନବୀନ ପଟ୍ଟନାୟକଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଖୋଲା ଚ୍ୟାଲେଞ୍ଜ । ତିନିଦିନିଆ ଓଡିଶା ଗସ୍ତରେ ଥିବା ଅମିତ ଶାହା ଆଜି ସଂଧ୍ୟାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧିତ କରି ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୨୦ ଆସନରେ ବିଜୟୀ ହେବ ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।

ବିଜେପି ୧୨୦ ଆସନ ଜିତିବା ନେଇ ସନ୍ଦେହ ରହିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିବାବେଳେ ଏହାକୁ ତାତ୍ସଲ୍ୟ କରିଛନ୍ତି ଅମିତ । ଏପରିକି ପିରବାରବାଦରୁ ନବୀନ ଓଡିଶାରେ କ୍ଷମତାରେ ରହିଛନ୍ତି ଓ ଗୁଜରାଟରେ ମୋଦିଙ୍କ ୧୫ ବର୍ଷର ଶାସନ ସହ ଓଡିଶାରେ ବିଜେଡିର ୧୭ବର୍ଷ ଶାସନର ତୁଳନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।