ବଲିଉଡର କ୍ରେଜ ଖଣ୍ଡଗିରି ଯାତ୍ରାରେ : ଅମିଶା ପଟେଲଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ

36

କନକ ବ୍ୟୁରୋ : ବଲିଉଡର କ୍ରେଜ କମିନାହିଁ ଚଳିତ ବର୍ଷ ଖଣ୍ଡଗିରିରେ । ଶକ୍ତି କାପୁର, ରାକ୍ଷୀ ସାୱନ୍ତଙ୍କ ପରେ ଅମିଶା ପଟେଲଙ୍କ ଯୋଗଦାନ ଜଲିଉଡରେ ବଲିଉଡର ତଡକା ଲଗାଇଛି । ଖଣ୍ଡଗିରି ମେଳାର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବେଶ ଚର୍ଚ୍ଚାରେ ଥିଲା କଳିଙ୍ଗ ଗଣନାଟ୍ୟ । ଅମିଶା ପଟେଲଙ୍କୁ ଦେଖିବା ପାଇଁ ଦର୍ଶକ ଭିଡ ଲଗାଇଥିଲେ ଟିକେଟ କାଉଂଟର ଆଗରେ ।

ଟିକେଟ ନେଇ ଉତ୍କଣ୍ଠାର ସହ ଯାତ୍ରା ଦେଖିବାଲାଗି ରାତି ଦଶରୁ ବସିଥିଲେ ଦର୍ଶକ । କିନ୍ତୁ ରାତି ୧୨ଟାରେ ସେମାନଙ୍କ ଆଶା ଧୂଳିସାତ୍ ହୋଇଯାଇଥିଲା । ୧୨ଟା ୫ରେ ଆସିଲେ ଓ ୧୨ଟା ୧୫ରେ ଫେରିଗଲେ ଅମିଶା । ସେଥିରେ ଷ୍ଟେଜ ଉପରେ ସାତ ମିନିଟରେ ନିଜ ଅପକମିଙ୍ଗ ଫିଲ୍ମର ପ୍ରମୋଶନ ଓ ଭାଲେଂଟାଇନ ଡେର ଶୁଭକାମନା ଦେଇ ଫେରିଯାଇଥିଲେ ସେ । ଟିକେଟ କାଟି ଲମ୍ବା ଲାଇନରେ ଠିଆ ହୋଇ ଅମିଶାଙ୍କୁ ଦେଖିବାକୁ ଆସିଥିବା ଦର୍ଶକ ଶେଷରେ ହତାଶ ହୋଇଥିଲେ

ଏହାସହ ଦେଖନ୍ତୁ ଏହି ଭିଡିଓ –