ସୁରକ୍ଷିତ ଅଛି ଏମ୍ସ ! ସିଲିଂ ଖସିବାପରେ ଦେଲେ ସ୍ପଷ୍ଟୀକରଣ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ କଲେ ନିନ୍ଦା

28

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଆଡଟଡେର ସିଲିଂରେ ଫାଟ ସୃଷ୍ଟି ହେବା ଘଟଣା । ଆଉଟଡୋରରେ ଫାଟ ସୃଷ୍ଟି ଘଟଣା ଆମ ନଜରକୁ ଆସିଛି ବୋଲି କହିଛନ୍ତି ଏମ୍ସ ହସ୍ପିଟାଲ କର୍ତ୍ତୁପକ୍ଷ । ତେବେ ଏହାର ମରାମତି ପାଇଁ ଆମେ ନିର୍ଦ୍ଦେଶ ଦେଇଛୁ ବୋଲି ସମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ରଖିଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୁପକ୍ଷ । ସେହିପରି ପିଲର କିଛି ଦବି ନାହିଁ, କାନ୍ଥ ଠିକ୍ ଅଛି ବୋଲି ଦମ୍ଭୋକ୍ତି ରଖିଛନ୍ତି ଏମ୍ସ କର୍ତ୍ତୁପକ୍ଷ । ତେବେ ଏହାକୁ ନେଇ କିଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେଇ ପର୍ଯ୍ୟାପ୍ତ ପଦକ୍ଷେପ ନେଉଛୁ ବୋଲି କହିଛନ୍ତି ।

ସେହିପରି ପିଲାର ଦବି ଯିବା ଖବର ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ଉପରେ ଏମ୍ସ ସିକ୍ୟୁରିଟି ଗାର୍ଡ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ କର୍ତ୍ତୁପକ୍ଷ । କହିଛନ୍ତି ଯେ, ଏଭଳି ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ । ଏବଂ ଯଦି ଏହି ଘଟଣା ସତ ହୋଇଥାଏ, ତେବେ ଏନେଇ ତଦନ୍ତ କରାଯିବାସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୁପକ୍ଷ ।
ଅନ୍ୟପଟେ ଏମସ ହସ୍ପିଟାଲରେ କେତେବେଳେ କାନ୍ଥ ଦବି ଯାଉଛି ତ ଆଉ କେତେବେଳ କାନ୍ଥର ସିଲିଂ ଖସିପଡୁଛି । ପ୍ରଥମେ କାଜୁଆଲଟି ବିଭାଗର କାନ୍ଥ ଦବି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଭୟ ରୋଗୀ ଓ ମେସନାଙ୍କ ସମ୍ପର୍କୀୟଙ୍କ ମନରୁ ନଲିଭୁଣୁ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ହସ୍ପିଟାଲ ପରିସରରେ ଥିବା ଆଉଟଡୋର ବା ଟିକଟ କାଉଁଟର ନିକଟରେ ଛାତର ସିଲିଂ ଖସିପଡିଛି । ଯାହାକୁ ନେଇ ଭୟଭୀତ ଅଛନ୍ତି ରୋଗୀ ଓ ସମ୍ପର୍କୀୟ । କାରଣ ଏମ୍ସକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ହସ୍ପିଟାଲର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।