ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ! ବିମାନବନ୍ଦରରୁ ବିରାଟ ରାଲିରେ ଆସିଲେ ଶାହ

36

କନକ ବ୍ୟୁରୋ : ମିଶନ ଓଡିଶା ନେଇ ଭୁବନେଶ୍ୱରରେ ବିଜେପି ଜାତୀୟ ସଭାପତି ଅମିତ ଶାହ । ୩ ଦିନିଆ ଓଡିଶା ଗରେ ଆସିଛନ୍ତି ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପଂହଚିବା ପରେ ଅମିତ ଶାହଙ୍କ ବିମାନବନ୍ଦରରେ ସମ୍ବର୍ଧନା ଦିଆଯାଇ ବିରାଟ ରାଲିରେ ରାଜ୍ୟ ଅତିଥି ଭବନକୁ ନିଆଯାଇଛି । ଆଉ କିଛି ସମୟ ପରେ ସେ ବିଜେପି ଅଫିସକୁ ଆସିବେ ।

ସେଠାରେ ଦୁଇ ପର୍ଯ୍ୟାୟରେ ନେତାଙ୍କ ସହ ବୈଠକ କରିବେ । ଏହା ପରେ ପାଲହାଇଟସରେ ବୁଦ୍ଧିଜୀବୀ ସମ୍ମିଳନୀରେ ସେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅମିତ ଶାହା ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ପୁଣି ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ । ସେହିପରି ୮ ତାରିଖରେ ସେ ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ଜନତା ମଇଦାନରେ ଉଦବୋଧନ ଦେବେ । ଗତ ଜୁଲାଇରେ ଅମିତ ଶାହ ଓଡିଶା ଆସିଥିଲେ ।