ପ୍ରଯୋଜକ ନମାନିବାରୁ ସିନେମା ଛାଡିଲେ ଆମୀର ! ଏବେ କିଙ୍ଗଖାନ କରିବେ ‘ସାଲ୍ୟୁଟ’

56

ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଉଥିବା ଫିଲ୍ମ ‘ସାଲ୍ୟୁଟ’ରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି । ସୂଚନା ଅନୁସାରେ ଅମିର ବର୍ତ୍ତମାନ ‘ଠଗସ୍ ଅଫ ହିନ୍ଦୁସ୍ଥାନ’ର ସୁଟିଂ ପାଇଁ ଥାଇଲ୍ୟାଣ୍ଡରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ଫିଲ୍ମର ସୁଟିଂ ଶେଷ ହେବା ପରେ ସେ ‘ସାଲ୍ୟୁଟ’ର ସୁଟିଂ କରିଥାନ୍ତେ ।

କିନ୍ତୁ ଏବେ ଶୁଣିବାକୁ ମିଳୁଛି ବର୍ତ୍ତମାନ ଆମୀର ଫିଲ୍ମର ସ୍କ୍ରିପ୍ଟକୁ ନେଇ ସନ୍ତୁଷ୍ଟ ନଥିଲେ । ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅମିର ବର୍ତ୍ତମାନ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ ହୋମ ପ୍ରଡକସନ ଫିଲ୍ମ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ସେଥିପାଇଁ ସେ କୌଣସି ନୂଆ ଫିଲ୍ମ ସାଇନ କରୁନାହାଁନ୍ତି ।

ମିଳିଥିବା ସୂଚନା ଅନୁସାରେ ଶାହାରୁଖ ଖାନ ଏହି ଫିଲ୍ମରେ ଆମୀରଙ୍କୁ ରିପ୍ଲେସ କରିଛନ୍ତି । ଏହି ରୋଲ ପାଇଁ ରଣବୀର କପୁର ଓ ରଣବୀର ସିଂଙ୍କ ନାମ ମଧ୍ୟ ବିଚାରକୁ ନିଆଯାଇଥିଲା । ସୂଚନା ଅନୁସାରେ ଶାହାରୁଖ ଏହା ପୂର୍ବରୁ ଫିଲ୍ମ ‘ସ୍ୱଦେଶ’ରେ ନାସାର ବୈଜ୍ଞାନିକ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଶାହାରୁଖ ଯଦି ଏହି ଫିଲ୍ମ କରନ୍ତି ତେବେ ଶାହାରୁଖଙ୍କୁ ପ୍ରଥମ ଥର ପାଇଁ ମହାକାଶଚାରୀ ଭୂମିକାରେ ଦେଖିବାକୁ ମିଳିବ ।

ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ଥାନ’ ଆଗାମୀ ବର୍ଷ କ୍ରିସମାସରେ ରିଲିଜ ହେବ । ଏହି ଫିଲ୍ମରେ ଅମିର ଖାନ ପ୍ରଥମ ଥର ପାଇଁ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରୁଥିବା ଦେଖିବାକୁ ମିଳିବ । ସୂଚନା ମିଳିଥିଲା ଯେ ଆମୀର ‘ସାଲ୍ୟୁଟ’ ଫିଲ୍ମରେ ଅଭିନୟ କରିବେ ଯାହାକୁ ସିଦ୍ଧାର୍ଥ ରାୟ କପୁର ଓ ରାଣୀ ସ୍କୁବାଲାଙ୍କ କମ୍ପାନୀ ମିଳିତ ପ୍ରଯୋଜନାରେ ନିର୍ମାଣ କରାଯିବ । ଏହାସହ ଏହି ଫିଲ୍ମକୁ ନିର୍ଦ୍ଦେଶକ ମହେଶ ମଥାଇ ନିର୍ଦ୍ଦେଶନା କରିବେ ।

ରାକେଶ ଶର୍ମା ଭାରତର ପ୍ରଥମ ମହାକାଶଚାରୀ ଭାବେ ମହାକାଶକୁ ଯାଇଥିଲେ । ରାକେଶ ଶର୍ମା ସେଠାରେ ୭ ଦିନ ୨୧ ଘଂଟା ଓ ୪୦ ମିନିଟ ରହିଥିଲେ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାକେଶ ଶର୍ମାଙ୍କୁ ପଚାରିଥିଲେ ଯେ ମହାକାଶରୁ ଭାରତ କିପରି ଦେଖାଯାଉଛି ? ଏହାର ଉତ୍ତରରେ ସେ କହିଥିଲେ ‘ସାରେ ଜହାଁ ସେ ଅଚ୍ଛା ହିନ୍ଦୁସ୍ତାଁ ହମାରା ।’ ଏହି ଗୌରବମୟ କାହାଣୀକୁ ନେଇ ତିଆରି ହେଉଛି ବାୟୋପିକ “ସାଲ୍ୟୁଟ”ା