‘ଦଙ୍ଗଲ’ ସିନେମାରେ ଶ୍ରେଷ୍ଠ ଅଭିନୟ ପାଇଁ ଆମିରଙ୍କୁ ମିଳିଲା ଫିଲ୍ମ ଫେୟାର ଆୱାର୍ଡ

47

ବର୍ଷ ଶେଷରେ ବାଜି ମାରିନେଲେ ମିଷ୍ଟର ପରଫେକ୍ସନିଷ୍ଟ । ‘ଦଙ୍ଗଲ’ ସିନେମାରେ ନିଜର ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ହାତେଇ ନେଇଛନ୍ତି ଆମିର ଖାନ୍ । ସବୁଠାରୁ ବଡକଥା ହେଉଛି ଶାହାରୁଖ, ସଲମାନ ଓ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଆମିର । “ସୁଲତାନ’ ପାଇଁ ସଲମାନ, “ଫ୍ୟାନ’ ପାଇଁ ଶାହାରୁଖ ଓ “ପିଙ୍କ’ ପାଇଁ ଅମିତାଭ ବଚ୍ଚନ ଏହି କାଟେଗୋରୀରେ ନୋମିନେଟ ହୋଇଥିଲେ । ରେସଲର ମହାବୀର ସିଂଙ୍କ ଉପରେ ଆଧାରିତ ବାୟୋପିକ ଡ୍ରାମା ‘ଦଙ୍ଗଲ’ ମଧ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ପାଇଛି ।

ନିତେଶ ତିୱାରୀଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ । ସେହିପରି “ଉଡତା ପଂଜାବ’ରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଛନ୍ତି ଚୁଲବୁଲି ଆଲିଆ ଭଟ୍ଟ । ଫିଲ୍ମ “ନିରଜା’“କପୁର ଆଣ୍ଡ ସନ୍ସ’କୁ ଅନ୍ୟାନ୍ୟ କାଟେଗୋରୀରେ ୫ଟି ଲେଖାଏଁ ଆୱାର୍ଡ ମିଳିଛି । ଫିଲ୍ମ “ଏ ଦିଲ ହେ ମୁସ୍କିଲ’ ପାଇଁ ଅରିଜିତ ସିଂଙ୍କୁ ଶ୍ରେଷ୍ଠ ଗାୟକ ଓ “ସୁଲତାନ’ ପାଇଁ ଗୀତ ଗାଇଥିବା ନେହା ବଂଶୀଙ୍କୁ ଶ୍ରେଷ୍ଠ ଗାୟିକା ସମ୍ମାନ ପ୍ରଦାନ କରାଯାଇଛି ।