ଜମି ଗୋଟିଏ, ଠକେଇ କୋଟିଏ ! ପୁଲିସ୍ ଜାଲରେ ୪୨୦ ଅମିନ୍ ଦିଲ୍ଲୀପ ସ୍ୱାଇଁ

45

କନକ ବ୍ୟୁରୋ : ଜମି ଦେବେ କହି ଅମୀନ ଠକି ନେଇଛନ୍ତି କୋଟି କୋଟି ଟଙ୍କା । ଅମୀନ ୪୨୦ । ନାଁ- ଦିଲ୍ଲୀପ ସ୍ୱାଇଁ । ବିଡିଏର ସରକାରୀ ଅମୀନ କରିଛନ୍ତି ଠକିନେଇଛନ୍ତି ଟଙ୍କା । ଦେଖିବାକୁ ବେଶ ସାଦା ସିଧା । ହେଲେ କାରନାମା ବେଶ ଭୟାନକ । ଜମି ଗୋଟିଏ ଠକେଇ କୋଟିଏ ।

ଜମି ଦେବା ନାଁରେ ଠକି ନେଇଛନ୍ତି କୋଟି କୋଟି ଟଙ୍କା । କାହାକୁ ଭୁବନେଶ୍ୱରର ଭିଆଇପି ଅଂଚଳରେ ଜମି ତ ପୁଣି କାହାକୁ ଜିଏ ପ୍ଲଟ । ସବୁଠୁ ବଡକଥା ହେଉଛି ଗୋଟିଏ ଜିଏ ପ୍ଲଟର ପାୱାର ଅଫ ଆଟର୍ନି ଦିଲ୍ଲୀପଙ୍କ ନାଁରେ ଥିବା ବେଳେ, ସେହି ଜମିକୁ ଏକାଧିକ ଲୋକଂକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଆଉ ଏହି ଦଗାବାଜ ଅମୀନ ଦୀର୍ଘଦିନ ଧରି ପୁଲିସର ନିଦ ହଜାଇ ଦେଇଥିବା ବେଳେ, ଏବେ ପୁଲିସ ହାତରେ ଧରା ପଡିଛନ୍ତି ।

ଦିଲ୍ଲୀପଙ୍କ ନାଁରେ ଜମି ଠକେଇର ଅଭିଯୋଗ କିଛି ନୁଆ ନୁହେଁ । ଏହି ଠକକୁ ପ୍ରାୟ ୪ ମାସ ପୁର୍ବରୁ ଜମି ଦେବାକୁ କହି ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା । ଶୁକ୍ରବାର ୧ କୋଟିରୁ ଜମି ଠକେଇ ଅଭିଯୋଗରେ ପୁଣି ଗିରଫ କରାଯାଇଛି । ଏହା ଛଡା ଏହି ୪୨୦ ଅମୀନ ନାଁରେ ଜାମିନ ବିହିନ ଗିରଫ ପରୱାନା ବି ରହିଛି । ଏବଂ ଏକାଧିକ ମାମଲା କୋର୍ଟରେ ବି ରହିଛି । ଦାର୍ଘ ଦିନର ଲୁଚକାଳି ପରେ, ଏହି ୪୨୦ ଠକକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ।