ଶ୍ରୀମନ୍ଦିରରେ ଆମିକସକ୍ୟୁରି ରଂଜିତ କୁମାର : ଆଜି ମନ୍ଦିରରେ ଅନୁଧ୍ୟାନ ସହ ସଂସ୍କାର ନେଇ ପ୍ରଶାସନ ଓ ସେବକଙ୍କ ସହ କରିବେ ଆଲୋଚନା 

74

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆମିକସକ୍ୟୁରି ରଂଜିତ କୁମାର । ସକାଳୁ ସକାଳୁ ଶ୍ରୀମନ୍ଦିରରେ ପହଂଚିଛନ୍ତିି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରି । । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଆମିକସକ୍ୟୁରି ରଂଜିତ କୁମାର । ଆଜି ଶ୍ରୀମନ୍ଦିର ସଂସ୍କାର ନେଇ ମନ୍ଦିରରେ ଅନୁଧ୍ୟାନ କରିବା ସହ ପ୍ରଶାସନ ଓ ସେବାୟତଙ୍କ ସହ ସେ ଆଲୋଚନା କରିବେ । ପୂର୍ବରୁ ଆମିକସକ୍ୟୁରିଙ୍କ ସହଯୋଗୀ ପୁରୀ ଗସ୍ତରେ ଆସି ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ୱ ଗୋପାଳ ସୁବ୍ରମଣ୍ୟମଙ୍କୁ ଦିଆଯାଇଥିଲା । ତେବେ ସେ ବ୍ୟକ୍ତିଗତ କାରଣରୁ ଓହରିଯାଇଥିଲେ । ଆମିକସକ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ଏହା ପ୍ରଥମ ପୁରୀ ଗସ୍ତ ।