ଶ୍ରୀମନ୍ଦିର ସଂସ୍କାର ନେଇ ଆଜି ପୁରୀ ଆସୁଛନ୍ତି ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ! ଗଜପତି ଓ  ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ।

39

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ  ଗୋପାଳ ସୁବ୍ରମଣ୍ୟମ ଆଜି ପୁରୀ ଆସୁଛନ୍ତି । ପୁରୀରେ ରହଣି ସମୟରେ ସେ ସଂସ୍କାର ନେଇ  ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ଓ ପୁରୀ ଗଜପତିଙ୍କୁ ଭେଟିବେ ।  ଆମିକସ କ୍ୟୁରୀ  ପୁରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଶ୍ରୀମନ୍ଦିର ପ୍ରଶାସନ ଓ ସହରର ବରିଷ୍ଠ ବୁଦ୍ଧିଜୀବୀ ମାନଙ୍କୁ ଭେଟିବେ ।

ଏହାଛଡା ଛତିଶା ନିଯୋଗ ଓ ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ । ଆଜି ଗୋପାଳ ସୁବ୍ରମଣ୍ୟମ ପୁରୀ ଆସୁଥିବାରୁ ଆଶା ଓ ଆଶଙ୍କା ବଢିଯାଇଛି । ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ  ପ୍ରସ୍ତୁତି ଆରମ୍ଭ ହୋଇଛି । ଦଇତା ନିଯୋଗ ପକ୍ଷରୁ ୫୦ ପୃଷ୍ଠା ସମ୍ବଳିତ ଏକ ପୁସ୍ତକ ମଧ୍ୟ ଆମିକସକ୍ୟୁରୀଙ୍କୁ ଦେବା ଲାଗି ପ୍ରସ୍ତୁତ କରାଯାଇଛି । ଏଥିରେ ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ତଥ୍ୟ ସ୍ଥାନ ପାଇଛି । ତେବେ ଗୋପାଳ ସୁବ୍ରମଣ୍ୟମ୍ ଆଜି ପୁରୀରେ ରହଣି ସମୟରେ ସେ ସଂସ୍କାର ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ଓ ପୁରୀ ଗଜପତିଙ୍କୁ ଭେଟିବେ ।