ଶ୍ରୀମନ୍ଦିର ସଂସ୍କାର ପାଇଁ ପୁରୀରେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ ଓ ୩ ଜଣିଆ କମିଟି ସହ ଆଲୋଚନା

35

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ଆମିକସକ୍ୟୁରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଆଜି ସକାଳୁ ସକାଳୁ ଆମିକସକ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ ।

ଆସନ୍ତାକାଲି ଗଜପତିଙ୍କୁ ଭେଟିବେ । ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି ସହ ସୁପ୍ରିମକୋର୍ଟ ଦେଇଥିବା ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି ଆମିକସକ୍ୟୁରି । ଆମିକସକ୍ୟୁାରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ତାରିଖରେ ପରବର୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଶ୍ରୀମନ୍ଦିର ସଂସ୍କାର ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । କେଉଁ ପ୍ରସ୍ତାବକୁ ବିରୋଧ ହେଉଛି ଓ କାହିଁକି ବିରୋଧ ହେଉଛି ସେ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ଆମିକସକ୍ୟୁରୀ ।