ଗଣିତର ହୋମୱର୍କରେ ଯୌନ ନିର୍ଯାତନାର ପ୍ରଶ୍ନ !

59

ଗଣିତର ହୋମୱର୍କରେ ଯୌନ ନିର୍ଯାତନାର ପ୍ରଶ୍ନ । ଘଟଣାଟି ଘଟିଛି ଆମେରିକାର ଏକ ସ୍କୁଲରେ । ପଶ୍ନ ହେଉଛି ‘ ଏଞ୍ଜିଲୋଙ୍କୁ ଆଠ ବର୍ଷ ବୟସରେ କିଏ ଯୌନ ନିର୍ଯାତନା ଦେଲେ ଯେ ତାଙ୍କ କ୍ୟାରିୟରର ଦିଗ ବଦଳିଗଲା ଏବଂ ସେ ଲେଖିବା ପାଇଁ ପ୍ରେରିତ ହେଲେ’ । ପ୍ରଶ୍ନଟି ପ୍ରସିଦ୍ଧ ଲେଖିକା ମାୟା ଆଞ୍ଜେଲୋଙ୍କ ଜୀବନ ଉପରେ ଆଧାରିତ ।

ଛାତ୍ରଙ୍କୁ ଆଲଜେବ୍ରାର ଫର୍ମୁଲା ବ୍ୟବହାର କରି ଏହି ପ୍ରଶ୍ନର ସମାଧାନ କରିବା ପାଇଁ ଆସାଇନମେଂଟ୍ ଦିଆଯାଇଛି । ସେହିପରି ଆଉ ଏକ ପ୍ରଶ୍ନ ଜଣେ ମହିଳାଙ୍କ ବେଶ୍ୟାବୃତ୍ତିକୁ ନେଇ ରହିଛି । ତେବେ ଏପରି ପ୍ରଶ୍ନକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଛନ୍ତି ଅଭିଭାବକ । ଦୁଇ ବର୍ଷ ପୂର୍ବେ ଫ୍ଲୋରିଡାର ଏକ ସ୍କୁଲରେ ଠିକ୍ ଏହିପରି ପ୍ରଶ୍ନ ପଚରାଯାଇଥିଲା । ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।