ବିଦେଶୀ ନାଗରିକଙ୍କ ହଜିଯାଇଥିବା ଫୋନ୍ ଫେରାଇ ପ୍ରଶଂସାର ପାତ୍ର ପାଲଟିଲା ପୋଲିସ୍ ! ବିଦେଶୀ କହିଲେ “ଧନ୍ୟବାଦ ଭାରତ”

155

ପ୍ରଶଂସାର ପାତ୍ର ପାଲଟିଲା ପୋଲିସ୍ । ଉତ୍ତରପ୍ରଦେଶର ରାଜକୀୟ ରେଳୱେ ପୋଲିସ୍ (ଜିଆରପି) ପକ୍ଷରୁ ସୋମବାର ରାତିରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରସ୍ତ ଦିଆଯାଇଥିଲା । ନିଜ ହଜିଯାଇଥିବା ଫୋନଟିକୁ ପାଇ ପୋଲିସ୍ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ ଏହି ବିଦେଶୀ ନାଗରିକ । ପୋଲିସ୍ ଙ୍କ କହିବାମୁତାବକ , ପଣ୍ଡିତ ଦିନଦୟାଲ୍ ଉପାଧ୍ୟାୟ ଜଙ୍କସନ୍ ରେ ଏହି ଆମେରିକୀୟ ଯାତ୍ରୀ ପ୍ଲାଟଫର୍ମରେ ମୋବାଇଲ୍ ଚାର୍ଜିଙ୍ଗ୍ ପଏଣ୍ଟ୍ ରେ ଲଗାଇ ଭୁଲିଯାଇଥିଲେ । ଜିଆରପିଙ୍କ ନଜର ମୋବାଇଲରେ ପଡିବା ପରେ ସେ ଜାଞ୍ଚ୍ କରିବା ପାଇଁ ଫୋନକୁ ଥାନାକୁ ନେଇ ଆସିଥିଲେ । ଫୋନଟି ଜଣେ ବିଦେଶୀ ନାଗରିକଙ୍କ ଜଣାପଡିବା ପରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ପ୍ଲାଟଫର୍ମରେ ବିଦେଶୀ ଜଣଙ୍କୁ ଖୋଜିଥିଲା ପୋଲିସ୍ । ଜୋସେଫ୍ ମେଲ୍ଟଜର୍ ନାମକ ଏହି ବିଦେଶୀ ଯାତ୍ରୀଙ୍କୁ ପାଇବା ପରେ ପୋଲିସ୍ ତାଙ୍କୁ ଫୋନ୍ ହସ୍ତାନ୍ତର କରିଥିଲେ । ଫୋନ୍ ପାଇବା ପରେ ଜୋସେଫ୍ ପୋଲିସ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ଧନ୍ୟବାଦ ଭାରତ ବୋଲି କହିଥିଲେ ।