ସାରା ବିଶ୍ୱ ଚାଖିବ ଓଡ଼ିଆ ଖାଦ୍ୟର ସ୍ୱାଦ ! ଆମେରିକୀୟ ସିନେ ନିର୍ଦ୍ଦେଶକ ତିଆରି କରିବେ ସିନେମା

234

ସାରା ବିଶ୍ୱରେ ଓଡ଼ିଶା ବାସୀଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ଓଡ଼ିଆ ଲୋକଙ୍କ ଜୀବନଶୈଳୀ, ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ଲୋକଙ୍କ ଚାଲିଚଳନ ଏପରିକି ଖାଦ୍ୟପେୟର ଚାରିଆଡ଼େ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମ ରାଜ୍ୟର ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ସ୍ଥଳୀ ଆଦି ପାଇଁ ବିଦେଶୀ ମାନେ ଟାଣି ହୋଇ ଆସୁଛନ୍ତି । ଏହା ବ୍ୟତୀତ ଓଡ଼ିଆ ଖାଦ୍ୟର ମହକ ଅନ୍ୟ କୌଣସି ବିଦେଶୀ ଖାଦ୍ୟରେ ମିଳିବନି । ଆମେ ଓଡ଼ିଶାବାସୀ ଯେପରି ନିଆରା ଆମ ଖାଦ୍ୟ ମଧ୍ୟ ସେପରି ନିଆରା । ଓଡ଼ିଆ ଖାଦ୍ୟର ସ୍ୱାଦ ପାଇଁ ଅନେକ ବିଦେଶୀ ମଧ୍ୟ ଆମ ରାଜ୍ୟକୁ ଟାଣି ହୋଇ ଆସୁଛନ୍ତି । ତେବେ ଓଡ଼ିଆ ଖାଦ୍ୟର ସ୍ୱାଦ ଆଉ ଓଡ଼ିଶା କିମ୍ବା ଆମ ଦେଶ ଭିତରେ ସୀମିିତ ରହିବ ନାହିଁ । ବିଶ୍ୱ ଦରବାରରେ ପରିଚିତି ଲାଭ କରିବ ଓଡ଼ିଆ ଖାଦ୍ୟ । ଆମ ଖାଇବା ବିଷୟରେ ସାରା ବିଶ୍ୱ ଜାଣିବ ।

 

 

 

 

 

ସାରା ବିଶ୍ୱ ଚାଖିବ ଓଡ଼ିଆ ଖାଦ୍ୟର ସ୍ୱାଦ । ଓଡ଼ିଆ ଖାଦ୍ୟ ଉପରେ ତିଆରି ହେବ ସିନେମା । ଜଣେ ଆମରିକରୀୟ ସିନେ ନିର୍ମାତା ଓଡ଼ିଆ ଖାଦ୍ୟ ଉପରେ ତିଆରି କରୁଛନ୍ତି ସିନେମା । ଗ୍ରେସ ଲି ଜଣେ ଆମେରିକୀୟ ନିର୍ମାତା ଓ ନିର୍ଦ୍ଦେଶକ । ସେ ଓଡ଼ିଆ ଖାଦ୍ୟର ନିଆରା ସ୍ୱାଦ ଚାଖିବା ପରେ ସିନେମା ନିର୍ମାଣ କରବା ପାଇଁ ଆଗ୍ରହୀ ହୋଇଛନ୍ତି । ଲି ତାଙ୍କର ଏକ ସିନେମାର ସ୍କ୍ରିନିଂ ପାଇଁ ଆସିଥିଲେ ଓଡ଼ିଶା । ଓଡ଼ିଆ ଖାଦ୍ୟ ତାଙ୍କୁ ବହୁତ ପସନ୍ଦ ଆସିଛି ବୋଲି କହିଛନ୍ତି । ଓଡ଼ିଆ ଖାଦ୍ୟ ବଡ଼ିଚୁରା ଓ ଚିଙ୍ଗୁଡ଼ି ଛେଚା ତାଙ୍କୁ ଖୁବ୍ ପସନ୍ଦ ହୋଇଛି । ବିଭିନ୍ନ ଭାରତୀୟ ଖାଦ୍ୟ ଖାଇଥିଲେ ମଧ୍ୟ ଓଡ଼ିଆ ଖାଦ୍ୟର ଭିନ୍ନ ସ୍ୱାଦ ତାଙ୍କୁ ପସନ୍ଦ ଆସିଛି । ଆଉ ସେ ଏତେ ପ୍ରଭାବିତ ହୋଇଛନ୍ତି ଯେ ଓଡ଼ିଆ ଖାଦ୍ୟ ଉପରେ ସିନେମା ନିର୍ମାଣ ପାଇଁ ମନସ୍ଥ କରିଛନ୍ତି ।