ଠକେଇ ଅଭିଯୋଗରେ ୨୧ ଭାରତୀୟଙ୍କୁ ଦୋଷୀ ସାବ୍ୟସ୍ତ କଲା ଆମେରିକା : ବ୍ୟାପକ କଲ୍ ସେଣ୍ଟର ଦୂର୍ନୀତି ମାମଲାରେ ୨୦ ବର୍ଷ ପର୍ଯ୍ୟନ୍ତ କରାଦଣ୍ଡାଦେଶ

33

ଆମେରିକାରେ ବ୍ୟାପକ ହିସାବରେ ହୋଇଥିବା କଲ ସେଣ୍ଟର ଦୂର୍ନୀତିରେ ଭାରତୀୟ ମୂଳର ୨୧ ଜଣଙ୍କୁ ୪ ବର୍ଷରୁ ଆରମ୍ଭ କରି ୨୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି । ଭାରତୀୟ କଲ ସେଣ୍ଟର ଜରିଆରେ ହଜାର ହଜାର ଆମେରିକୀୟଙ୍କ ଠାରୁ କୋଟି କୋଟି ଡଲାର ଠକି ନିଆଯାଇଛି । ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

ଆମେରିକୀୟ ଆଟର୍ଣ୍ଣି ଜେନେରାଲ ଜେଫ ସେଶନଙ୍କ କହିବାନୁସାରେ, ଅନ୍ତର୍ରାଷ୍ଟ୍ରୀୟ ଅପରାଧିକ ସଂସ୍ଥାର ସଦସ୍ୟମାନେ ବୃଦ୍ଧ ଆମେରିକୀୟ, ବୈଧ ଭାବେ ରହୁଥିବା ପ୍ରବାସୀ ଓ ଅନ୍ୟ ଲୋକଙ୍କ ଠାରୁ ଜୀବନ ସାରାର ରୋଜଗାର ଠଳିବାର ଷଡଜନ୍ତ୍ର କରିଥିଲେ । ଏହି ମାମଲାରେ ଆରୋପୀ ଥିବା ଲୋକ ନିଜର ଅପରାଧ ସ୍ୱୀକାର କରିଥିଲେ । ବର୍ଷ ୨୦୧୨ ଠାରୁ ୨୦୧୬ ମଧ୍ୟରେ ଭାରତ ସ୍ଥିତ କଲ ସେଣ୍ଟରରୁ ଫୋନ ମାଧ୍ୟମରେ ଆମେରିକାରେ ହୋଇଥିବା ଦୁର୍ନୀତିଓ ଟଙ୍କା ଠକେଇ ଯୋଜନାରେ ତାଙ୍କ ଭୂମିକା ଥିଲା ବୋଲି ସେମାନେ ସ୍ୱୀକାର କରିଛନ୍ତି ।

ଏହି ମାମଲାରେ ଭାରତରେ ରହୁଥିବା ୩୨ ଷଡଜନ୍ତ୍ରକାରୀ ସମେତ ୫୬ ଲୋକ ଏବଂ ଭାରତ ସ୍ଥିତ ୫ କଲ ସେଣ୍ଟରରେ ଠକେଇରେ ଦୋଷୀ ନିର୍ଦ୍ଧାରିତ କରାଯାଇଥିଲା । ଏହି ମାମଲାରେ ୩ ଭାରତୀୟଙ୍କୁ ପ୍ରଥମରୁ ହିଁ ଦଣ୍ଡ ଦିଆଯାଇସାରିଛି । ସମଗ୍ର ଆମେରିକାରେ ବିଭିନ୍ନ ଲୋକମାନଙ୍କୁ ଠକିବାକୁ ଅହମଦାବାଦରେ ଅବସ୍ଥିତ କଲ୍ ସେଣ୍ଟରଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାର ଏଜେନ୍ସି ଗୁଡ଼ିକ ଦ୍ୱରା ଲୋକ ନିଯୁକ୍ତି କରାଇଥିଲେ। ସେମାନେ ବିଶେଷ କରି ବରିଷ୍ଠ ଆମେରିକୀୟ ନାଗରିକ ଏବଂ ଆଇନ ସମ୍ମତ ପ୍ରବାସୀମାନଙ୍କୁ ଶିକାର କରୁଥିଲେ। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ ଟିକସ ଅର୍ଥ ପୈଠ ନ କଲେ ସେମାନଙ୍କୁ ଗିରଫଦାରି, ଜେଲ୍ ଦଣ୍ଡ, ଜରିମାନା ଆଦି ଦଣ୍ଡାଦେଶ ହେବ ବୋଲି କଲ୍ ସେଣ୍ଟର ତରଫରୁ ଧମକ ଦିଆଯାଉଥିଲା।