ଭାରତକୁ ଖୋଲା ସମର୍ଥନ କଲା ଆମେରିକା: ପଢନ୍ତୁ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ କଣ କହିଲା

676

କନକ ବ୍ୟୁରୋ: ଜମ୍ମୁକଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତକୁ ଖୋଲା ସମର୍ଥନ କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଭାରତ ସପକ୍ଷରେ ମତ ରଖିଛନ୍ତି । ପୁଲୱାମା ଆକ୍ରମଣକୁ ଭୟଙ୍କର ଘଟଣା ବୋଲି କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଏହା ସହିତ ଘଟଣା ଉପରେ ନଜର ରଖିଛନ୍ତି ଓ ଏନେଇ ଏକ ଷ୍ଟେଟମେଂଟ ଜାରି ହେବ ବୋଲି ଓଭାଲ ହ୍ୱାଇଟ ହାଉସ ଅଫିସରେ କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହିତ ୟୁଏସଏ ଷ୍ଟେଟ୍ ଡିପାର୍ଟମେଂଟ ଡେପୁଟୀ ସ୍ପୋକ୍ସପର୍ସନ ରବର୍ଟ ପାଲାଡିନୋ ଭାରତକୁ ଦୃଢ଼ ସମର୍ଥନ ଜଣାଇଛନ୍ତି ।

ସେ କହିଛନ୍ତି, ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି । ପୂର୍ବରୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବଲଟନ ଭାରତକୁ ସମର୍ଥନ କରିବା ସହ ଆତ୍ମରକ୍ଷା କରିବାର ଅଧିକାର ରହିଛି ବୋଲି କହିଥିଲେ । ୧୪ତାରିଖରେ ପୁଲୱାମାରେ ଜୈଶ-ଇ-ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଶହେ ଘଂଟା ଭିତରେ ଆକଙ୍କୀ ହମଲାର ପ୍ରତିଶୋଧ ନେଇଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ଘରକୁ ସେନା ଉଡାଇ ଦେଇଥିବା ବେଳେ ଯବାନ ଗୁଳିରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ଆତଙ୍କୀଙ୍କ ଗୁଳରେ ଜଣେ ମେଜରଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ । ଭାରତକୁ ଆମେରିକାର ଖୋଲା ସମର୍ଥନ ପରେ କୂଟନୈତିକ ଦୃଷ୍ଟିକୋଣରୁ ପାକିସ୍ତାନକୁ ଜବରସସ୍ତ ଝଟକା ଲାଗିଛି ।

ସେପଟେ, ପୁଲୱାମା ଆକ୍ରମଣ ଘଟଣାରେ ଭାରତକୁ ଏବେ ଚାଡିଆଡୁ ସମର୍ଥନ ମିଳୁଛି । ସବୁ ଦେଶ ଏକାଠି ହୋଇ ପାକିସ୍ତାନକୁ କଡା ସମାଲୋଚନା କରିବାରେ ଲାଗିଛନ୍ତି । ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ ହେବା ପରେ ନ୍ୟୁଜଲ୍ୟାଣ୍ଡ ସଂସଦରେ ଏଥିପାଇଁ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ଗୁରୁବାର ଦିନ ଏ ପ୍ରସ୍ତାବ ଗୃହୀତ ହୋଇଛି । ଏନେଇ ନ୍ୟୁଜଲ୍ୟାଣ୍ଡ ବୈଦେଶିକ ମନ୍ତ୍ରୀ ୱିଷ୍ଟନ ପିଟର୍ସ ସୂଚନା ଦେଇଛନ୍ତି ।